ପଞ୍ଜାବ କଂଗ୍ରେସ ରାଜନୀତିରେ ବଡ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି | ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେଇଛନ୍ତି | ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି | ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିବା କଥା ସେ କହିଛନ୍ତି | ତେବେ ଅମରିନ୍ଦରଙ୍କ ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି | କଂଗ୍ରେସ ବିଧାୟକ ଦଳ ବୈଠକରେ ନବଜ୍ୟୋତ ସିଂ ସିଦ୍ଧୁଙ୍କ ଶିବିର ପକ୍ଷରୁ ଜଣେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପାଇଁ ଦାବି କରିପାରନ୍ତି । କଂଗ୍ରେସ ବିଧାୟକ ଦଳର ବୈଠକର କିଛି ସମୟ ପୂର୍ବରୁ ସେ ରାଜ୍ୟପାଳ ବରଓ୍ବାରିଲାଲ ପୁରୋହିତଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0