ପୁରୀ: ପୁଣି ନିର୍ମାଶ ହେବ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପାଥରପୁରୀ ହଷ୍ଟେଲ ପାଚେରୀ । ତୁରନ୍ତ ପାଚୋରୀ କାମ ସାରିବାକୁ ପୂର୍ତ୍ତ ବିଭାଗକୁ ଉପଜିଲ୍ଲାପାଳ ଭବତାରଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ପୁରାତନ ଛାତ୍ର କାର୍ଯ୍ୟାନୁଷ୍ଠାନ କମିଟି ସହ ଆଲୋଚନା ପରେ ଏହି ନିର୍ଦ୍ଦେଶ ନେଇଛନ୍ତି । ପୂର୍ବରୁ ରାସ୍ତା ପ୍ରଶସ୍ତ ନାଁରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପାଥରପୁରୀ ହଷ୍ଟେଲ ପାଚେରୀ ଭାଙ୍ଗି ଦିଆଯାଇଥିଲା । ଯାହାକୁ ପୁରାତନା ଛାତ୍ର କ୍ରିୟାନୁଷ୍ଠାନ କମିଟି ବିରୋଧ କରିଥିଲା । ହଷ୍ଟେଲ ପାଚେରୀ ପୁନଃ ନିର୍ମାଣ ଓ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଥିବା ଐତିହ୍ୟ ବିଲିଡିଂର ପୁନରୁଦ୍ଧାର କରିବାକୁ ଦାବି ହୋଇଥିଲା । ପୂର୍ବଭଳି କାନ୍ଥ ପାଚେରୀ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ଆଜି ପୁରାତନ ଛାତ୍ର କାର୍ଯ୍ୟାନୁଷ୍ଠାନ କମିଟିର ଛାତ୍ରମାନଙ୍କୁ ଡାକି ଉପଜିଲ୍ଲାପାଳ ଭବତାରଣ ସାହୁ ଆଲୋଚନା କରିଥିଲେ । ଆଲୋଚନା ପରେ ପାଥରପୁରୀ ହଷ୍ଟେଲ ପାଚେରୀକୁ ପୁନଃ ନିର୍ମାଣ ପାଇଁ ପୁରୀ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଳାପାଳ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0