spot_img

ପୁରୀରେ ଆରମ୍ଭ ହେଲା ଜାଗା ଆଖଡା

ପୁରୀ: ଆଜି ପବିତ୍ର ପଣା ସଂକ୍ରାନ୍ତି ବା ମହାବିଶୁଭ ସଂକ୍ରାନ୍ତି।ଏହି ଅବସରରେ ପୁରୀର ବିଭିନ୍ନ ସ୍ଥାନରେ ସୁଭାଆରମ୍ଭ ହେଲା ଜାଗା ଆଖଡା । ମହାବୀର ହନୁମାନଙ୍କ ଜୟନ୍ତୀରେ ମହାବିରଙ୍କର ପ୍ରଥମ ଭୋଗ ପଣା ପାନ କରି ମଲ୍ଲ ଯୋଧ୍ୟା ମାନେ ନିଜ ନିଜର ସରଞ୍ଜାମ ପୂଜାର୍ଚ୍ଚନା କରି ଆରମ୍ଭ କରିଛନ୍ତି ଏହି ଜାଗା ଆଖଡା । ପରମ୍ପରା ମୁତାବକ ଏହି ଜାଗା ଆଖଡା ଆଜିଠାରୁ ଆରମ୍ଭ ହୁଏ ଓ ନୂତନ ଯୋଧ୍ୟା ମାନେ ଆଜିଠାରୁ ମହାବୀର ହନୁମାନଙ୍କ ଆଶ୍ରିପାଦ ନେଇ ଏଇ ଜାଗା ଆଖଡାରେ କୁସ୍ତି ଅଭ୍ୟାସ ଆରମ୍ଭ କରିଥାନ୍ତି । ତେବେ ରୀତି ନୀତି ଅନୁଯାୟୀ ପୁରୀର ବିଭିନ୍ନ ଜାଗା ଆଖଡାରେ ମଲ୍ଲ ଜୋଧାଙ୍କର ହାତ ହତିଆର ପୂଜା କରାଯାଇ ଅଭ୍ୟାସ ଆରମ୍ଭ କରାଯାଏ । ପନ୍ଦର ଦିନ ଆଗରୁ ମାଟିକୁ ପାଗ କରି ସେହି ମାଟିକୁ ଆଜି ନିଜ ଦେହରେ ବୋଲି ଅଭ୍ୟାସ ଆରମ୍ଭ କରନ୍ତି ସମସ୍ତ ଯୋଧ୍ୟା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular