ପୁରୀ ସ୍ୱର୍ଗଦ୍ୱାରରେ ସାଢ଼େ ୩ ମାସ ଧରି ବଳବତ୍ତର ଥିବା କଟକଣାକୁ ଆଜି ଜିଲ୍ଲା ପ୍ରଶାସନ ପ୍ରତ୍ୟାହାର କରିନେଇଛି। ବାହାର ଜିଲ୍ଲା ଲୋକଙ୍କୁ ସ୍ୱର୍ଗଦ୍ୱାରରେ ଶବ ସତ୍କାରର ଅନୁମତି ମିଳିଛି। କରୋନା ମହାମାରୀ ପାଇଁ ନିର୍ଦ୍ଦିଷ୍ଟ କଟକଣା ଭିତରେ ଶବ ସତ୍କାର ପାଇଁ ପ୍ରଶାସନ ଅନୁମତି ଦେଇଛି। କରୋନା ସଂକ୍ରମଣ ଭୟକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶବ ସତ୍କାରରେ କଟକଣା ଲଗାଇଥିଲା। କରୋନା ସଂକ୍ରମଣ ଭୟକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶବ ସତ୍କାରରେ କଟକଣା ଲଗାଇଥିଲା। କେବଳ ଜିଲ୍ଲା ଭିତର ଲୋକଙ୍କୁ ଶବ ସତ୍କାରର ଅନୁମତି ମିଳିଥିଲା। ଅକ୍ଟୋବର ୩୧ ଅବଧି ପୂର୍ବରୁ ଆଜି ଜିଲ୍ଲା ପ୍ରଶାସନ ଶବ ସତ୍କାର କ୍ଷେତ୍ରରେ ବାହାର ଜିଲ୍ଲାବାସୀଙ୍କ ପାଇଁ ଯେଉଁ କଟକଣା ଲଗାଇଥିଲା, ତାକୁ ପ୍ରତ୍ୟାହାର କରି ନେଇଛି। ପ୍ରଶାସନର ବିଜ୍ଞପ୍ତି ଅନୁଯାୟୀ, କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କୁ ଛାଡ଼ିଦେଲେ, ଅନ୍ୟ ସମସ୍ତଙ୍କ ମୃତଦେହ ଏଠାରେ ସତ୍କାର କରାଯାଇ ପାରିବ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0