spot_img

ଚର୍ଚ୍ଚାରେ ଋଷ ରାଷ୍ଟ୍ରପତି ଭ୍ଲାଦମିରଙ୍କ ସିକ୍ରେଟ ମହଲ, ୧୭୦ ଏକର ଜମି ଉପରେ ରହିଛି ପୁଟିନ ପ୍ୟାଲେସ

ରୁଷ: ଚର୍ଚ୍ଚାରେ ପୁଟିନ ପ୍ୟାଲେସ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ସିକ୍ରେଟ ମହଲକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଥମ କରୋନା ଟିକା ସ୍ପୁଟନିକ- ଭି ପ୍ରସ୍ତୁତ କରି ଚର୍ଚ୍ଚା ସାଉଁଟିଥିଲେ ରୁଷରେ ପୁଟିନ ସରକାର । ନିଜ ଝିଅଙ୍କୁ କରୋନା ଟିକା ଦେଇଥିବା କହି ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ବିରୋଧୀ ଦଳ ନେତାଙ୍କୁ ଗିରଫ କରି ଏବେ ବିବାଦୀୟ ହୋଇପଡିଛନ୍ତି ରୁଷିଆର ସର୍ବୋଚ୍ଚ ନେତା ଭ୍ଲାଦିମିର ପୁଟିନ । ପ୍ରତିପକ୍ଷ ନେତା ଏଲେକ୍ସି ନବେଲନିଙ୍କୁ ଗିରଫ କରିବା ପରେ ପୁଟିନ ପ୍ରଶାସନ ବିରୋଧରେ ପ୍ରବଳ ଜନଅସନ୍ତୋଷ ଦେଖିବାକୁ ମିଳିଛି । ଏହାରି ଭିତରେ ସାମ୍ନାକୁ ଆସିଛି ରୁଷ ରାଷ୍ଟ୍ରପତିଙ୍କ ରାଜକୀୟ ଜୀବନଶୈଳୀର ଝଲକ । ପ୍ରତିପକ୍ଷ ନେତା ଏଲେକ୍ସି ନବେଲନିଙ୍କୁ ଗତ ୧୭ ଜାନୁଆରୀରେ ଗିରଫ କରାଯାଇଥିଲା । ଏହା ପୂର୍ବରୁ ସେ ପୁଟିନ ପ୍ୟାଲେସର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଦକ୍ଷିଣ ରୁଷର କଳା ସାଗର କୂଳରେ ପ୍ରାୟ ୧୭୦ ଏକର ଜମିରେ ତିଆରି ହୋଇଛି ଏହି ଗୁପ୍ତ ମହଲ । ଏହି ପୁଟିନ ପ୍ୟାଲେସରେ ରହିଛି ଅୟସ ଆରମର ସମସ୍ତ ସୁବିଧା । ଏଠାରେ ଅଛି ସିନେମା ହଲ । କ୍ୟାସିନୋ, ମଦ ଭଣ୍ଡାର ଓ ସ୍ପା ମଧ୍ୟ ରହିଛି ଏହି ସିକ୍ରେଟ ପ୍ୟାଲସରେ । ଆଇସ ହକି ଖେଳିବା ପାଇଁ ଷ୍ଟାଡିୟମ ମଧ୍ୟ ରହିଛି ଏହି ବିଶାଳ ପ୍ୟାଲେସରେ । ଏହି ମହଲର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୧୦ ହଜାର କୋଟି ଟଙ୍କା ହେବ ବୋଲି କୁହାଯାଉଛି । ମହଲରୁ ସମୁଦ୍ର କୂଳକୁ ଯିବା ଲାଗି ଏକ ଗୁପ୍ତ ସୁଡଙ୍ଗ ମଧ୍ୟ ରହିଥିବା କୁହାଯାଉଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular