spot_img

ପୁଣି ଶକ୍ତି ପ୍ରଦର୍ଶନ କରିବେ କ୍ୱାଡ୍ ରାଷ୍ଟ୍ର ସମୁହ

ପୁଣିଥରେ ସମୁଦ୍ରରେ ହେବ ସାମରିକ ଶକ୍ତିର ପ୍ରଦର୍ଶନ । ପୁଣିଥରେ ଶତ୍ରୁକୁ ଦମ ଦେଖାଇବ ଭାରତ। ଆଜିଠାରୁ ଆରମ୍ଭ ହେଉଛି କ୍ୱାଡ ରାଷ୍ଟ୍ର ସମୁହର ନୌସେନା ସମରାଭ୍ୟାସ । ଏଥର ଆରବ ସାଗରରେ ମିଳିତ ସମରାଭ୍ୟାସ ଜରିଆରେ ଶକ୍ତି ପ୍ରଦର୍ଶନ କରିବେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ । ନଭେମ୍ବର ୧୭ରୁ ୨୦ ଯାଏଁ ଚାଲିବ ଦ୍ୱିତୀୟ ପର୍ୟ୍ୟାୟ ମାଲାବାର ନୌ-ସମରାଭ୍ୟାସ। ଏଥର ଅଧିକ ସାମରିକ ସୌର୍ୟ୍ୟ ପ୍ରଦର୍ଶନ କରିବେ ଏହି ଦେଶଗୁଡିକର ନୌସେନା । ଏଥିରେ ସାମିଲ ହେବେ ସମୁଦ୍ରରେ ହିଁ ଲଢୁଆ ବିମାନକୁ ଲଂଚ କରିପାରୁଥିବା ଯୁଦ୍ଧ ଯାହାଜ । ଭାରତୀୟ ନୌସେନାର ଏୟାରକ୍ରାଫ୍ଟ କ୍ୟାରିୟର ବିକ୍ରମାଦିତ୍ୟ ସାଙ୍ଗକୁ ଆମେରିକା ନୌସେନାର ନିମିତ୍ଜ ଉତର ଆରବ ସାଗରରେ ସାମରିକ କଳା ପ୍ରଦର୍ଶନ କରିବେ । ସେହିପରି ବିକ୍ରମାଦିତ୍ୟରୁ ମିଗ-୨୯ କେ ଉଡାଣ ଭରିବ । ଆମେରିକା ଯୁଦ୍ଧ ଯାହାଜ ନିମିତଜରୁ ଉଡାଣ କରିବ ଏଫ-୧୮ ଭଲି ଅତ୍ୟାଧୁନିକ ଲଢୁଆ ବିମାନ । ଆଗାମୀ ୪ ଦିନ ଧରି ଏକାଧିକ ଯୁଦ୍ଧ ଯାହାଜ, ବୁଡା ଯାହାଜ ଓ ନୌସେନାର ଲଢୁଆ ବିମାନ ଏହି ସମରାଭ୍ୟାସରେ ଭାଗନେବେ । ଭାରତର ପୂର୍ବ ଲଦାଖରେ ଚୀନର ସେନାର ଉତ୍ପାତ ଏବଂ ଦକ୍ଷିଣ ଚୀନ ସାଗରରେ ଡ୍ରାଗନ ସେନାର ମନମାନି ଦୃଷ୍ଟିରୁ ଏହି ମିଳିତ ସମରାଭ୍ୟାସ ଚୀନକୁ କଡା ଚେତାବନୀ ହେବ । ପୂର୍ବରୁ ନଭେମ୍ବର ୩ରୁ ୬ ଯାଏଁ ୪ଦିନ ଧରି ବଙ୍ଗୋପସାଗରରେ ମିଳିତ ସମରାଭ୍ୟାସ କରିସାରିଛନ୍ତି ଭାରତ, ଆମେରିକା, ଜାପାନା ଓ ଅଷ୍ଟ୍ରେଲିଆ- କ୍ୱାଡ ରାଷ୍ଟ୍ରସମୁହ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular