spot_img

ବିଗ ବସ ୧୪ରେ ନଜର ଆସିପାରନ୍ତି ରାଧେ ମା!

ମୁମ୍ବାଇ: କରୋନା ସଙ୍କଟ କାଳରେ ବିଗ ବସର ସିଜନ ୧୪ ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ବିଗ ବସକୁ ନେଇ ଲୋକଙ୍କ ଗହଣରେ ବେଶ ଉକ୍ରଣ୍ଠା ଦେଖିବାକୁ ମିଳିଛି । ତେବେ ଶୁଣିବାକୁ ମିଳୁଛି ମାତା ରାଧେ ଏହି ସୋ’ରେ ନଜର ଆସିବେ । ଏପରି ଏକ ଖବର ସୋସିଆଲ ମିଡ଼ିଆରେ ପ୍ରକାଶ ପାଇଛି ।

କିନ୍ତୁ ଚ୍ୟାନେଲର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏ ବାବଦରେ କୌଣସି ସ୍ପଷ୍ଟ କରାଯାଇନାହିଁ । ଏପରିକି ବିଗବସ ୧୪ରେ ରାଧେ ମା’ ପ୍ରତିଯୋଗୀ କିମ୍ବା ଅତିଥି ଭାବରେ ଯୋଗଦେବେ କି ନାହିଁ ତାହା ମଧ୍ୟ ସ୍ଫଷ୍ଟ କରାଯାଇ ନାହିଁ । ଅନ୍ୟପଟେ ଅକ୍ଟୋବର ୩ରେ ବିଗବସ ୧୪ର ଗ୍ରାଣ୍ଡ ପ୍ରିମିୟର ପାଇଁ ପ୍ରସ୍ତୁତି ଚାଲିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular