spot_img

ବାୟୁସେନା ଦିବସରେ ରାଫେଲର ଧମାକାଦାର ଏଣ୍ଟ୍ରି

ଭାରତୀୟ ବାୟୁସେନା ପାଳନ କରୁଛି ୮୮ତମ ପ୍ରତିଷ୍ଠାଦିବସ । ଏହି ଅବସରରେ ଗାଜିଆବାଦର ହିଣ୍ଡେନ୍ ଏୟାରବେସରେ ବିଶେଷ ଉତ୍ସବ ପାଳନ ହୋଇଛି । କରୋନା କଟକଣା ମଧ୍ୟରେ ଏହା ପାଳନ ହୋଇଛି । ତିନି ସେନାର ସେନାମୁଖ୍ୟଙ୍କ ସହିତ ବାୟୁସେନା ଅକ୍ଷ୍ୟକ୍ଷ ଏବଂ ସିଡିଏସ ବିପିନ ରାୱତ ସାମିଲ ହୋଇ ବାୟୁସେନାର ବୀରଙ୍କୁ ଉତ୍ସାହ ଦେଇଛନ୍ତିା ଏହି ଅବସରରେ ଏୟାରବେସରେ ଦେଖିବାକୁ ମିଳିଥିଲା ଭବ୍ୟ ପରେଡ୍ । ଆକାଶରେ ଶକ୍ତି ପ୍ରଦର୍ଶନ କରିଥିଲା ରାଫେଲ୍ ସମେତ ବିଭିନ୍ନ ଫାଇଟର ବିମାନ । ଏହି ଅବସରରେ ପ୍ରମୁଖ ଆକର୍ଷଣ ସାଜିଥିଲା ରାଫେଲ୍ ଯୁଦ୍ଧ ବିମାନ । ବାୟୁସେନାର ୮୮ ତମ ପ୍ରତିଷ୍ଠା ଦିବସ ଅବସରରେ ଦମ୍ ଦେଖାଇବ ରାଫେଲ୍ । ଏହା ସହିତ ଆକାଶରେ କୌଶଳ ପ୍ରଦର୍ଶନ କରିଛନ୍ତି ଆକାଶଗଙ୍ଗା ଟିମ୍ । ପାରାଚୁଟ ସହିତ ବିଭିନ୍ନ ବିମାନରେ କଳାକୌଶଳ ପ୍ରଦର୍ଶନ ଦେଖାଇଛନ୍ତି ବାୟୁସେନାର ବୀର ଯବାନ । ପ୍ରତିଷ୍ଠା ଦିବସ ଅବସରରେ ବାୟୁସେନାର ଲଢୁଆ ବୀରଙ୍କୁ ସମ୍ମାନୀତ ମଧ୍ୟ କରାଯାଇଛି । ଏୟାରଷ୍ଟ୍ରାଇକର ଯୋଦ୍ଧାଙ୍କୁ ସମ୍ମାନୀତ କରିଛନ୍ତି ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ । ଏଥର ପ୍ରତିଷ୍ଠା ଦିବସରେ ପ୍ରମୁଖ ଆକର୍ଷଣ ଥିଲା ରାଫେଲ୍ ଯୁଦ୍ଧ ବିମାନ । ପ୍ରତିରକ୍ଷା କ୍ଷେତ୍ରରେ ରାଫେଲ୍ ବର୍ତ୍ତମାନ ସବୁଠାରୁ ଦୁର୍ଦ୍ଦଶ ବୋଲି ଗଣା ଯାଉଛି । କାରଣ ଆକାଶରେ ଉଡନ୍ତା ଅବସ୍ଥାରେ ଏହା ଏକା ଥରକେ ୬ଟି ସ୍ଥାନକୁ ଟାର୍ଗେଟ୍ କରିପାରିବ । ଗୋଟିଏ ମିନିଟରେ ୬୦ ହଜାରଫୁଟ ଉପରକୁ ଉଠିବା କ୍ଷମତା ରଖିଛି ରାଫେଲ୍ ।ଘଣ୍ଟା ପ୍ରତି ପ୍ରାୟ ୩ ହଜାର କିଲୋମିଟର ବେଗରେ ଏହା ଉଡାଣ ଭରି ଶତ୍ରୁ ଛାତିରେ ଭେଦ କରିପାରିବାର କ୍ଷମତା ରଖିଛି ରାଫେଲ୍ । ରାଫେଲ୍ ସହିତ ସୁଖୋଇ ଏମକେ ଆଇ, ମିଗ୍ ୨୯, ଚିତା , ସାରଙ୍ଗ ପରି ବିମାନ ମଧ୍ୟ ପ୍ରଦର୍ଶନରେ ସାମିଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular