spot_img

କୋହଲିଙ୍କ ଅନୁପସ୍ଥିତିରେ ଟେଷ୍ଟ ଦଳର ଅଧିନାୟକ ହେବେ ରାହାଣେ

ସିଡନୀ: କୋହଲିଙ୍କ ଅନୁପସ୍ଥିତିରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଅଜିଙ୍କ୍ୟ ରାହାଣେ ହେବେ । ତେବେ ଚଳିତ ମାସ ୧୭ ରୁ ଆରମ୍ଭ ହେବାକୁ ଥିବା ଆଡିଲେଡରେ ପ୍ରଥମ ଟେଷ୍ଟ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ପୈତୃକ ଛୁଟିରେ ଘରକୁ ଫେରିବେ ଏବଂ ସୀମା-ଗାଭାସ୍କର ଟ୍ରଫିର ଅବଶିଷ୍ଟ ତିନୋଟି ମ୍ୟାଚରେ ରାହାନେ ଦଳର ନେତୃତ୍ୱ ନେବେ ବୋଲି ବିସିସିଆଇ ସ୍ପଷ୍ଟ କରିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ଇଆନ୍ ଚାପେଲ ଅଜିଙ୍କ୍ୟ ରାହାନେଙ୍କୁ ଜଣେ ମହାନ ଅଧିନାୟକ ବୋଲି କହିଛନ୍ତି । ଏହା ସହ ରାହାଣେଙ୍କ ଚମକ୍ରାର ଅଧିନାୟକତ୍ୱ ଭାରତୀୟ ଦଳକୁ ବେଶ ସହାୟକ ହେବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular