spot_img

ରାହୁଲଙ୍କ ଟାଗେର୍ଟରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ରାହୁଲଙ୍କ ଟାଗେର୍ଟରେ କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କୁ ସିଧା ସଳଖ ନିଶାନ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ବଢୁଛି । ଭାରତ କରୋନା ସଂକ୍ରମଣରେ ଆଗରେ ଅଛି । ମାତ୍ର ଜିଡିପି ଅଭିବୃଦ୍ଧିରେ ଅନ୍ୟଦେଶ ତୁଳନାରେ ପଛରେ ରହିଛି । ଏପରି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଏବେ ରାହୁଲ ଗାନ୍ଧୀ । ସେ ଟ୍ୱିଟ କରି ମଧ୍ୟ ମୋଦୀ ସରକାରଙ୍କୁ ନିସାନା କରିଛନ୍ତି । କହିଛନ୍ତି, ମୋଦି ସରକାରଙ୍କ ରିପୋର୍ଟ କାର୍ଡ କରୋନା ମୃତୁ୍ୟରେ ସବୁଠାରୁ ଆଗରେ ଅଛି । ଅନ୍ୟପଟେ ଜିଡିପି ଦରରେ ସବୁଠାରୁ ପଛରେ ଅଛି ଭାରତ । ନିଜର ଟ୍ୱିଟ ସହ ରାହୁଲଙ୍କ ୧୭ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଅର୍ଥବ୍ୟବସ୍ଥା ଓ ମହାମାରୀର ଆକଳନ ଜାରୀ କରିଥିଲେ । ତାଙ୍କ ଆକଳନ ଅନୁସାରେ, ବାଙ୍ଗଲାଦେଶ, ମିଆମାର, ପାକିସ୍ଥାନ, ଭୁଟାନ, ନେପାଳ, ଶ୍ରୀଲଙ୍କା ପ୍ରଭୃତି ଦେଶ ଗୁଡିକର ଜିଡିପି ଦରରେ ମଧ୍ୟ ସବୁଠାରୁ ପଛରେ ଅଛି ଭାରତ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular