spot_img

ବିଲରେ ଲହଡି ମାରୁଛି ବର୍ଷା ପାଣି

ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଲଗାଣ ବର୍ଷାରେ ଧାନ ଗଛ ଗୁଡିକ ନଷ୍ଟ ହୋଇ ଥିବାରୁ ଚାଷୀ ଆଖିରେ ଲୁହ ଦେଖିବାକୁ ମିଳିଛି, ବର୍ଷ କର ଆଧାର ବିଲରେ ଲହଡି ଭାଙ୍ଗୁଛି, ସରକାର ଙ୍କ ତରଫରୁ ଡକାଵାଜି ଯନ୍ତ୍ର ମାଧ୍ୟମରେ ଚାଷୀଙ୍କୁ ଆଗୁଆ ସୂଚନା ଦିଆଯାଇଥିଲେ ମଧ୍ୟଏତେ କମ ସମୟରେ ଧାନ କାଟି ନେଇ ଘରେ ରଖିବା ସମସ୍ତଚାଷୀ ଙ୍କ ପକ୍ଷେ ସମ୍ଭବ ହୋଇ ପାରିନଥିଲା, କେଉଁଠି ଧାନ ପଚି ଯାଇଛି ତ କିଛି ଜାଗାରେ ଧାନ ପୂରା ପାଚିନ ଥିଲା, ଏ ପରିସ୍ଥିତିରେ ଚାଷୀ ମାନେ ଧାନ କାଟିବେ କି ନା ଦୂନ୍ଦ ରେ ପଡ଼ିଥିଲେ, ଯାହାକିଛି ଧାନ କାଟି ଥିଲେ କିଛି ଧାନ ସୁରକ୍ଷିତ ଜାଗାରେ ରଖିବା ସହିତ ଅଶୀ ଭାଗ ଧାନ ଜମିରେ ପଡ଼ିରହିଛି, ବର୍ତମାନ ପରିସ୍ଥିତିରେ ବର୍ଷା ଜଳ ବିଲରେ ଲହରୀ ଭାଙ୍ଗୁଛି, ଧାନ କେଣ୍ଡା ବର୍ତମାନ ପାଣିରେ ବୁଡି ଯାଇଥିବାରୁ ଗଜା ହେବାର ସମ୍ଭାବନା ରହିଛି, ଚାଷୀ ଖାଲି ନିଜ ଜମି କୁ ଅନାଇଁ ଲୁହ ଗଡା଼ଉଛି, ଏ ବର୍ଷ ଭଲ ଅମଳ ହେବ ଧାନ ବୋଲି ଚାଷୀ ଉଲସିତ ଥିଲା, କିନ୍ତ ବାତ୍ୟା ଯୋଗୁ ସବୁ ଓଲଟ ପାଲଟହୋଇଗଲା, ସରକାର ତୁରନ୍ତ କ୍ଷତିଗ୍ରସ୍ତ କ୍ଷେତ୍ର ପରିଦର୍ଶନ କରି ଉପଯୁକ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବା ନିମନ୍ତେ ଚାଷୀ ମାନେ ଦାବୀ କରିଛନ୍ତି

LEAVE A REPLY

Please enter your comment!
Please enter your name here

- Advertisment -

Most Popular