ରାଇରଙ୍ଗପୁର: ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଶୋଇ ଓ ମଣଦା ରେଞ୍ଜରେ ୪୦ଟିକିଆ ଝାଡ଼ଖଣ୍ଡି ହାତୀ ଆତଙ୍କ ଜାରି ।ଫସଲ ନଷ୍ଟ କରିବା ସହ ଏକର ଏକର ଚାଷ ଜମି ନଷ୍ଟ କରୁଥିବା ଖବର ପାଇ ବନ ବିଭାଗର ୩ଟି ଟିମ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ହାତୀପଲ ଝାରଗାଡି ଜଙ୍ଗଲରେ ଏବେ ଲୁଚି ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ହାତୀ ପଲଙ୍କୁ ଝାଡଖଣ୍ଡ ଆଡକୁ ଘଉଡ଼ାଇ ଦିଆଯିବ ବୋଲି ବନ ବିଭାଗ ଏସିଏଫ ସୂଚନା ଦେଇଛନ୍ତି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହି ହାତୀପଲ ଦଳଚକଟି ଫସଲ ନଷ୍ଟ କରୁଛନ୍ତି। ଶସ୍ୟ ଅମଳ ସମୟରେ ହାତୀଙ୍କ ଉତ୍ପାଦ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।



Visitors Today : 3
Total Visitors : 130461
Total Views : 9892000
Visitors Online Now : 0