spot_img

ସଂନ୍ଧ୍ୟା ୭ଟା ପରେ ଅଫିସରେ ରହିପାରିବେନି ମହିଳା କର୍ମଚାରୀ

ଏଣିକି ସକାଳ ୬ଟାରୁ ସଂନ୍ଧ୍ୟା ୭ଟା ମଧ୍ୟରେ ରହିବ ମହିଳାଙ୍କ କାମ କରିବାର ସମୟ । ସଂନ୍ଧ୍ୟା ୭ଟା ପରେ ମହିଳା କର୍ମଚାରୀଙ୍କୁ ରଖିପାରିବେନି କୌଣସିି କମ୍ପାନୀ ମାଲିକ । ଯଦି କୌଣସି ସଂସ୍ଥା କିମ୍ବା କମ୍ପାନୀ କୌଣସି ମହିଳା କର୍ମଚାରୀଙ୍କୁ ରାତି ୭ଟା ପରେ କାମ କରିବାକୁ କୁହନ୍ତି ତେବେ ତାଙ୍କ ସୁରକ୍ଷା ଦାୟିତ୍ୱ ସଂପୃକ୍ତ କର୍ମଚାରୀଙ୍କର ହିଁ ରହିବ । ସେହିଭଳି କୌଣସି ବି କର୍ମଚାରୀ ସପ୍ତାହରେ ୬ ଦିନରୁ ଅଧିକ ଦିନ କାମ କରିପାରିବେ ନାହିଁ । ଯଦି କୌଣସି କର୍ମଚାରୀଙ୍କୁ ଓଭରଟାଇମ କାମ କରିବାକୁ କୁହାଯାଏ ତେବେ ସଂପୃକ୍ତ କମ୍ପାନୀ ତାଙ୍କୁ ସେ ଦିନର ଦୁଇଗୁଣା ମଜୁରୀ ଦେବାକୁ ହେବ । ଏତଦବ୍ୟତୀତ ବିନା ନିଯୁକ୍ତି ପତ୍ରରେ କୌଣସି ବି କମ୍ପାନୀ କର୍ମଚାରୀଙ୍କୁ ନିଯୁକ୍ତି ଦେଇପାରିବେ ନାହିଁ ଏବଂ ଯେଉଁ କମ୍ପାନୀରେ କର୍ମଚାରୀଙ୍କ ସଂଖ୍ୟା ୩ଶହରୁ କମ ସୋମନେ ସରକାରଙ୍କ ବିନା ଅନୁମତିରେ କର୍ମଚାରୀଙ୍କୁ ଛଟେଇ କରିପାରିବେ ନାହିଁ ବୋଲି ବିଲରେ ଉଲ୍ଲେଖ କରାଯାଇଛି । କର୍ମଚାରୀଙ୍କୁ ଏହି ସବୁ ନୂଆ ଶ୍ରମ ଆଇନ ନିୟମ ସଂସଦରେ ପାରିତ ହୋଇଥିବା ବିଧେୟକରେ ପ୍ରସ୍ତାବ ଦିଆଯାଇଛି । ଗତ ୨୩ ତାରିଖରେ ରାଜ୍ୟସଭାରେ ଗୃହୀତ ହୋଇଥିବା ତିନୋଟି ଶ୍ରମ କୋଡ ବିଲ ଲୋକସଭାରେ ପାରିତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦିଆଯାଇଛି ଏବଂ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ମିଳିବା ପରେ ଏହା ଆଇନରେ ପରିଣତ ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular