spot_img

ରାୟଗଡ଼ାରେ ଇନୋଭା ଓ ଟ୍ରକ ମୁହାଁମୁହିଁ, ୨ମୃତ

ରାୟଗଡା : ରାୟଗଡା ଜିଲ୍ଲା ହଂସା ଛକଠାରେ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୨ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

ସୂଚନାନୁସାରେ, ରାୟଗଡା ଶେଷଖାଲ ହଂସା ଛକଠାରେ ଏକ ଇନୋଭା ଓ ଟ୍ରକ ମୁହାଁମୁହିଁ ହୋଇଛି । ଇନୋଭାକୁ ଏକ ଟ୍ରକ୍ ଧକ୍କା ଦେବାରୁ ୨ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।
ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଟ୍ରକକୁ ମଧ୍ୟ ଜବତ କରିଛି । ସେହିପରି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି

LEAVE A REPLY

Please enter your comment!
Please enter your name here

- Advertisment -

Most Popular