ମୁମ୍ବାଇ: ବଲିଉଡର ଜଣାଶୁଣା କୋରିଓଗ୍ରାଫର୍ ଓ ଫିଲ୍ମ ନିର୍ମାତା ରେମୋ ଡିସୁଜା ସୁସ୍ଥ ହୋଇ ମେଡିକାଲ୍ରୁ ଫେରିଛନ୍ତି। ହୃଦ୍ଘାତ ହୋଇଥିବା ରେମୋ ମେଡିକାଲ୍ରୁ ଆସୁ ଆସୁ ବର୍ତ୍ତମାନ ଫିଟନେସ୍ କୁ ଗୁରୁତ୍ବ ଦେଉଛନ୍ତି। ରେମୋ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଜିମରେ ୱାର୍କଆଉଟ କରୁଥିବା ନଜର ଆସିଛନ୍ତି।
ଭିଡିଓରେ ସେ ଦୁଇ ହାତରେ ଡମ୍ବଲ୍ସ ଧରି ବାଇସେପ୍ର ଏକ୍ସରସାଇଜ କରୁଛନ୍ତି। ରେମୋ ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘କମ୍ବ୍ୟାକ୍ ସର୍ବଦା ସେଟ୍ବ୍ୟାକ୍ ଠାରୁ ଅଧିକ ଶକ୍ତିଶାଳୀ ହୋଇଥାଏ।’ ରେମୋଙ୍କ ଏହି ଭିଡିଓକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ପ୍ରଶଂସକମାନେ ମଧ୍ୟ ଏହାକୁ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଯାଏ ଏହି ଭିଡିଓକୁ ଦେଢ଼ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଗତ ମାସରେ ହାର୍ଟ ଆଟାକ ଯୋଗୁଁ ରେମୋଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସା ପରେ ସେ ନିକଟରେ ହିଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସେ ପୁରାପୁରି ସୁସ୍ଥ ଅଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0