spot_img

ଲାଞ୍ଚମାଗି ପଡିଲା ମହଙ୍ଗା…ନିଲମ୍ବିତ ହେଲେ ଏ ଏସ୍ ଆଇ

ତାଳଚେର: ଲାଞ୍ଚ ମାଗି ଫସିଲେ ପୋଲିସ୍ ବାବୁ । ତାଳଚେର ରେଙ୍ଗାଲି ଡ୍ୟାମ ସାଇଟ୍ ଥାନାର ଏ ଏସ୍ ଆଇ କାର୍ତ୍ତିକ ବେହେରା ନିଲମ୍ବିତ ହୋଇଛନ୍ତି । ସୁଚନା ମୁତାବକ, ଏକ ଡ୍ରେନ ନିର୍ମାଣକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଳାଗିଥିଲା । ପରେ ଉଭୟଙ୍କ ପକ୍ଷରୁ ଥାନା ରେ ଏତାଲା ଦିଆଯାଇଥିଲା । ତେବେ ଏହି ମାମଲାର ଏ ଏସ ଆଇ କାର୍ତ୍ତିକ ବେହେରା ଫାଇଦା ଉଠାଇ ଲାଞ୍ଚ ମାଗିଥିଲେ । ଏହି ଘଟଣା ସମ୍ପର୍କରେ ଉତ୍ତର କେନ୍ଦ୍ରଞ୍ଚଳ ଆଇଜି ନରସିଂହ ଭୋଳ ଜାଣିବା ପରେ ତଦନ୍ତ ଆରମ୍ଭ କରିଥିଲେ । ପରେ ଏ ଏସ ଆଇ କାର୍ତ୍ତିକଙ୍କୁ ନିଲମ୍ବିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular