ରାତାରାତି ବଦଳି ଗଲେ ଆଇଏସଆଇର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମୀଦ। ସେ ବର୍ତ୍ତମାନ ପେଶାୱର କ୍ରପ୍ସ କମାଣ୍ଡର ଭାବେ ନିଯୁକ୍ତି ହୋଇଛନ୍ତି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଆଇଏସଆଇର ମୁଖ୍ୟ ଭାବେ କିଏ ନିଯୁକ୍ତି ହୋଇଛନ୍ତି, ସେନେଇ ଏଯାଏଁ କୌଣସି ସୁଚନା ମିଳିନାହିଁ। ତେବେ କାହିଁକି ହମୀଦଙ୍କୁ ରାତାରାତି ବଦଳି କରାଗଲା ଏନେଇ ପ୍ରଶ୍ନ ଉଠିବାରେ ଲାଗିଛି। ହମୀଦ ସେପ୍ଟେମ୍ବରରେ ଆଫଗାନିସ୍ତାନର କାବୁଲ ଗସ୍ତରେ ଯାଇ ଗଣମାଧ୍ୟମ ଜରିଆରେ ଆଫଗାନବାସୀଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ‘ଖୁବ ଶୀଘ୍ର ଆଫଗାନର ସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ କାହା ମଧ୍ୟରେ କୌନସି ବିବାଦ ରହିବ ନାହିଁ’। କିନ୍ତୁ ପରେ ଶୁଣିବାକୁ ମିଳିଥିଲା ଯେ ତାଲିବାନର ଆଫଗାନିସ୍ତାନ ଦଖଲରେ ହମୀଦ ତାଙ୍କୁ ସହଯୋଗ କରିଥିଲେ । କାବୁଲରେ ତାଲିବାନର ସରକାର ଗଠନ ବେଳେ ହମୀଦ ଉପସ୍ଥିତ ଥିବାର ଦେଖାଯାଇଥିଲା। ୨୦୧୯ ଜୁନ୍ ୧୬ ରେ ପାକିସ୍ତାନ୍ର ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ ଭାବେ ହମୀଦ ନିଯୁକ୍ତି ପାଇଥିଲେ। ପୂର୍ବରୁ ଆଇଏସଆଇରରେ କାମ କରୁଥିବା ସମୟରେ ତାଙ୍କୁ ପାକିସ୍ତାନର ଆଭ୍ୟନ୍ତରିଣ ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା । ହମୀଦଙ୍କର ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମାର ବାଜୱାଙ୍କ ସହ ନିବିଡ ବନ୍ଧୁତା ଥିବାର ଦେଖାଯାଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0