ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ ରେଳବାଇ ଷ୍ଟାଡିୟମଠାରେ ୭୨ତମ ଗଣତନ୍ତ୍ର ଦିବସ ମହାସମାରୋହ ପାଳିତ ହୋଇଯାଇଅଛି। ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ରେଳବାଇ ସୁରକ୍ଷା ବଳ ପକ୍ଷରୁ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ରେଳବାଇ କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗଙ୍କ ସହିତ ରେଳଯାତ୍ରୀମାନଙ୍କୁ ଉଦବୋଧନ ଦେଇ ମହାପ୍ରବନ୍ଧକ ବିଦ୍ୟାଭୂଷଣ ରେଳପଥର କାର୍ୟ୍ୟ ଦକ୍ଷତା ସମ୍ବନ୍ଧରେ ଆଲୋକପାତ କରିବା ସହିତ ରେଳବାଇ କର୍ମଚାରୀ ମାନଙ୍କର ନିଷ୍ଠାପର ସେବାକୁ ଭୁୟସୀ ପ୍ରଶଂସା କରିଥିଲେଏହି ଅବସରରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାରଙ୍କ ସହିତ ବିଭାଗୀୟ ପ୍ରମୁଖ ଅଧିକାରୀ, ଅନ୍ୟାନ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଗଣତନ୍ତ୍ର ଦିବସ ପାଳନ ଅବସରରେ ଉପସ୍ଥିତ ଥିଲେ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0