ଭୁବନେଶ୍ବର : ଚଳିତ ବର୍ଷ କୋଭିଡ କଟକଣା ଭିତରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପରେଡ଼ରେ ଆଗରୁ ଯେଭଳି ୪୬ଟି କମ୍ବା ତଦୁର୍ଦ୍ଧ ଦଳ ଭାଗ ନେଉଥିଲେ ସେ ସଂଖ୍ୟାକୁ ୧୮ଟିରେ ସୀମିତ ରଖାଯାଇଛି। ଏହାସହିତ ଗତବର୍ଷ ସ୍ବାଧୀନତା ଦିବସରେ ଯେପରି କରୋନା ଯୋଦ୍ଧାଙ୍କୁ ଆଗଧାଡ଼ିରେ ବସିବାକୁ ଆମନ୍ତ୍ରଣ କରାଯାଇଥିଲା, ସେହିପରି ଭାବେ ଏଥରକ ଗଣତନ୍ତ୍ର ଦିବସରେ ବି ଆମନ୍ତ୍ରଣ କରାଯିବ। ସାଧାରଣ ଜନତା ପରେଡ଼ ପଡ଼ିଆ ନ ଆସି ଟେଲିଭିଜନ ମାଧ୍ୟମରେ ରାଜ୍ୟସ୍ତରୀୟ ପରେଡ଼ ଉତ୍ସବ ଦେଖିପାରିବେ। ଆଜି ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପରେଡ଼, ସାଜସଜ୍ଜା, ସୁରକ୍ଷା ବ୍ୟବସ୍ଥା, ବିଜୁଳି ଯୋଗାଣ, ଡାକବାଜି ବ୍ୟବସ୍ଥା, ପିଇବା ପାଣି, ସାନିଟାଇଜେସନ, ଫାଷ୍ଟଏଡ଼ ଓ ଆମ୍ବୁଲାନସ ସେବା ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଛି। ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେବେ। ବେସାମରିକ ବାହିନୀ, ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ପରେଡ଼ରେ ସାମିଲ କରାଯିବ ନାହିଁ।



Visitors Today : 2
Total Visitors : 130439
Total Views : 9891970
Visitors Online Now : 0