ଉମରକୋଟ: ନବରଙ୍ଗପୁର ଜିଲ୍ଲାରେ ଏବେ ଲୁଟେରାଙ୍କ ଟାର୍ଗେଟରେ ବ୍ୟବସାୟୀ। ବିଚ ରାସ୍ତାରୁ ହିଁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଗତ ୧୮ ତାରିଖରେ ଝରିଗାଁ ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କୁ ହାଣି ଲୁଟେରା ୪ ଲକ୍ଷ ନେଇ ଯାଇଥିବା ବେଳେ ଗତକାଲି ହୋଇଛି ୨ଟି ବଡ଼ ଧରଣର ଲୁଟପାଟ। ଜିଲ୍ଲାର ରାଇଘର ଥାନା ଭାରସୁଣ୍ଡି ଗ୍ରାମ ନିକଟରୁ ଜଣେ ବ୍ୟବସାୟୀଙ୍କ ନିକଟରୁ ୧୧ ଲକ୍ଷ ଟଙ୍କା ସୁନା, ରୂପା ଲୁଟ ହୋଇଥିବା ବେଳେ କୋଡିଙ୍ଗା ଥାନା ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କ ମୁହଁରେ ଗାମୁଛା ପକାଇ ଲୁଟେରା ଅଢେଇ ଲକ୍ଷ ନେଇପଳାଇଲେ। ଗତ ୧୮ ତାରିଖ ଲୁଟ୍ ଘଟଣାରେ ପୁଲିସ୍ ଗତକାଲି ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ପରେ ଏହି ୨ ଟି ଘଟଣା ଘଟିଥିବାରୁ ନବରଙ୍ଗପୁର ଜିଲ୍ଲାରେ ଏବେ ଲୁଟେରାଙ୍କ ରାଜ ଚାଲିଥିବା କୁହାଯାଉଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0