ରାଉରକେଲା : ନିଖୋଜ ବିର୍ଜୁ ଉଦ୍ଧାର । ଅନୁଗୁଳ ଜିଲ୍ଲା ତାଳଚେର ବଜାରରେ ବୁଲୁଥିବା ବେଳେ ଉଦ୍ଧାର କଲା ପୋଲିସ । ତାଳଚେର ପୋଲିସ ସହାୟତାରେ ଉଦ୍ଧାର କରିଛି ସୁନ୍ଦରଗଡ ପୋଲିସ । ଉଦ୍ଧାର ପରେ ବିର୍ଜୁକୁ ସୁନ୍ଦରଗଡ଼ ଅଣାଯାଉଛି । ପୋଲିସର ସ୍ୱତନ୍ତ୍ର ପୋଲିସ ସହାୟତାରେ ସୁନ୍ଦରଗଡ଼ ଅଣାଯାଉଛି ।
ଖବର ଅନୁଯାୟୀ, ଦୀର୍ଘ ୨୦ ବର୍ଷ ପରେ ପାକିସ୍ତାନରୁ ଫେରିଥିବା ବିର୍ଜୁ କୁଲୁ ରବିବାର ଦିନ ପୁଣି ନିଖୋଜ ହୋଇଯାଇଥିଲେ । ରବିବାର ରାତି ୧ଟା କୁଆଡ଼େ ଚାଲିଥିବା ପରିବାର ଲୋକେ କହିଥିଲେ। ବିର୍ଜୁ କୁଲୁ ନିଖୋଜ ପରେ ଭଉଣୀ ବେର୍ଣ୍ଣାଦେତ କୁଲୁ ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । ଦୀର୍ଘ ୨୦ ବର୍ଷ ଧରି ପାକିସ୍ତାନ ଜେଲରେ ଦିନ କାଟିଥିବା ବିର୍ଜୁ ଜନ୍ମମାଟିକୁ ଫେରିଥିଲେ। ଅକ୍ଟୋବର ୨୬ ତାରିଖରେ ପାକିସ୍ତାନ ଜେଲରୁ ସେ ମୁକୁଳିଥିଲେ।
ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ନଭେମ୍ବର ୧୩ ତାରିଖରେ ବିର୍ଜୁ ଜନ୍ମମାଟି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଧିନ ଜଙ୍ଗରପଡା ଗାଁରେ ପାଦ ଥାପିଥିଲେ। ଜନ୍ମମାଟିକୁ ଫେରିବା ପରେ ସ୍ଥାନୀୟ ପ୍ରଶାସନ ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବିର୍ଜୁ କୁଲୁ ପୁଣି ନିଖୋଜ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲେ । ତେବେ ନିଖୋଜର ୨ ଦିନ ପରେ ବିର୍ଜୁକୁ ଉଦ୍ଧାର କରିଛି ସୁନ୍ଦରଗଡ଼ ପୋଲିସ । ତାଳଚେରରୁ ଉଦ୍ଧାର କରିଛି ସୁନ୍ଦରଗଡ଼ ପୋଲିସ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0