ପୁଣି ଦେଖିବାକୁ ମିଳିବ ରାହୁଲ ଓ ସିମରନ୍ଙ୍କ କେମେଷ୍ଟ୍ରି। ପୁଣି ଶୁଭିବ ସେହି ଦମଦାର ଡାଏଲଗ। ୨୬ ବର୍ଷ ପରେ ପୁଣି ସାମ୍ନାକୁ ଆସିବ ବଲିଉଡର ବ୍ଲକବଷ୍ଟର ଫିଲ୍ମ ‘ଦିଲୱାଲେ ଦୁଲହନିୟା ଲେ ଜାଏଙ୍ଗେ’। ହେଲେ ଏଥର ନୂଆ ରୂପରେ ଏବଂ ନୂଆ ଢ଼ଙ୍ଗରେ ନଜର ଆସିବ ଏହି ଫିଲ୍ମ। ପୁଣି ଥରେ ଅଢ଼େଇ ଦଶନ୍ଧି ପରେ ସେ ଏହାର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। କିନ୍ତୁ ଏଥର ଆପଣ ଏହି କାହାଣୀକୁ ବଡ଼ ପରଦାରେ ନୁହେଁ ବରଂ ଥିଏଟରରେ ଦେଖିବେ। ଆଦିତ୍ୟ ଚୋପ୍ରା ଏହାକୁ ଏକ ମ୍ୟୁଜିକାଲ୍ ନାଟକ ଯଥା ବ୍ରଡୱେ ଭାବରେ ମଞ୍ଚରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏନେଇ ଆଦିତ୍ୟ ନିଜେ ଘୋଷଣା କରିଛନ୍ତି।ଏହି ମ୍ୟୁଜିକାଲ ପ୍ରିମିୟର ନାଁ ରହିଛି ‘କମ୍ ଫଲ୍ ଇନ୍ ଲଭ୍: DDLJ ମ୍ୟୁଜିକାଲ୍’। ଆମେରିକାର ସାନ ଡିଏଗୋରେ ଥିବା ଓଲ୍ଡ ଗ୍ଲୋବ ଥିଏଟରରେ ଏହାର ପ୍ରିମିୟର ହେବ। ଆଦିତ୍ୟ ଚୋପ୍ରା ଏହା ଉପରେ ବହୁ ବର୍ଷ ହେବ କାମ କରୁଛନ୍ତି। ଏହି ପ୍ରଜୋକ୍ଟରେ ଏବେ ବଲିଉଡ କମ୍ପୋଜନର ବିଶାଲ-ଶେଖର ମଧ୍ୟ ସାମିଲ ହୋଇଛନ୍ତି। ବ୍ରଡୱେ ଭାରତୀୟ ଚଳଚ୍ଚିତ୍ର ଭଳି ହିଁ ହେବ ବୋଲି ଆଦିତ୍ୟ କହିଛନ୍ତି। ଆଦିତ୍ୟ ଚୋପ୍ରା ପ୍ରଥମେ ଏକ ଇଂରାଜୀ ଫିଲ୍ମ ପରି ‘ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’କୁ କରିବାକୁ ଚାହୁଁଥିଲେ। ସେ ଶାହାରୁଖ ଖାନଙ୍କ ନୁହେଁ, ଏହି ଫିଲ୍ମରେ ଅଭିନେତା ଟମ କ୍ରୁଜଙ୍କୁ ନେବାକୁ ଯାଉଥିଲେ। କିନ୍ତୁ ପରେ ଯାହା ଘଟିଲା ତାହା ଇତିହାସ ପାଲଟିଗଲା। ୧୯୯୫ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ବ୍ଲକବଷ୍ଟର ହିଟ୍ ବୋଲି ପ୍ରମାଣିତ ହୋଇଥିଲା।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0