spot_img

ଦୁର୍ଘଟଣାରେ ମା’ ମୃତ, ବାପ-ପୁଅ ଗୁରୁତର

ବାଲେଶ୍ୱର: ସଡ଼କ ଦୁର୍ଘଟଣାରେ ବାପ-ପୁଅ ଗୁରୁତର ଆହତ ହୋଇଥିବା ବେଳେ ମାଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ଜଣକ ହେଉଛନ୍ତି ମନୋରମା ଓ ଗୁରୁତର ଆହତ ୨ ଜଣ ହେଉଛନ୍ତି ତାଙ୍କ ସ୍ବାମୀ ନିରଞ୍ଜନ ରାଉତ ଓ ପୁଅ ରାଜେନ୍ଦ୍ର। ସୂଚନା ଅନୁଯାୟୀ, ଖଇରା ଥାନା କାକୁଡ଼ିଆ ଅଞ୍ଚଳର ନିରଞ୍ଜନ ରାଉତ, ପତ୍ନୀ ମନୋରମା ଓ ପୁଅ ରାଜେନ୍ଦ୍ର ଗତକାଲି ରାତିରେ ସ୍କୁଟିରେ ବାଲେଶ୍ୱର ରୁ ନିଜ ଘର କାକୁଡ଼ିଆକୁ ଫେରୁଥିଲେ। ଏହି ସମୟରେ ଦହିସଡ଼ା ନିକଟରେ ଥିବା ହମ୍ପ୍ସରେ ହଠାତ୍ ସ୍କୁଟି ବ୍ରେକ କରିବାରୁ ମନୋରମା ସ୍କୁଟିରୁ ଖସି ପଡ଼ିଥିଲେ। ଫଳରେ ପଛରୁ ଆସୁଥିବା ଟ୍ରକ ଭାରସାମ୍ୟ ହରାଇ ମନୋରମାଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ମନୋରମାଙ୍କର ମୃତ୍ୟୁ ହୋଇଥିବା ବେଳେ ନିରଞ୍ଜନ ଓ ରାଜେନ୍ଦ୍ର ଗୁରୁତର ଆହତ ହୋଇଛନ୍ତି। ସୋର ଥାନା ଏଏସଆଇ ରାଧାଗୋବିନ୍ଦ ମଢ଼ୁଆଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତମାନଙ୍କୁ ସୋର ଡାକ୍ତରଖାନାକୁ ପଠାଇଥିଲେ । ମନୋରମାଙ୍କ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular