spot_img

ଜଳ ସଙ୍କଟ ଦୂର ପାଇଁ ରାସ୍ତା ଅବରୋଧ

କୁକୁଡ଼ଖଣ୍ଡି: ଜଳ ସଙ୍କଟକୁ ଦୂର କରିବା ପାଇଁ ରାସ୍ତା ରୋକ । କୁକୁଡ଼ଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ବହୁଦିନ ଧରି ପାଣି ସମସ୍ୟା ରହିଆସିଛି । ସମସ୍ୟାକୁ ନେଇ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରିନାହାନ୍ତି । ସେପଟେ ଜାନିବିଲି ପ୍ରକଳ୍ପ ଦ୍ୱାରା ସାରା ବ୍ରହ୍ମପୁରକୁ ପାଣି ଯୋଗାଇ ଦିଆଯାଉଥିବା ବେଳେ ଜଗଦଳପୁରକୁ ପାଣି ମିଳୁନାହିଁ । ସେଥିପାଇଁ ସ୍ଥାନୀୟ ଲୋକେ ଜଗଦଳପୁରରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ରାସ୍ତାରେ ରାସ୍ତାରେ ହାଣ୍ଡି ଗୋରା ରଖି ରାସ୍ତା ଅବରୋଧ କରିଥିଲେ । ପରେ କୁକୁଡାଖଣ୍ଡି ଵିଡିଓ ଗଦାଧର ପାତ୍ର , ତହସିଲଦାର , ଜଳ ଯୋଗାଣ ଯନ୍ତ୍ରୀ ପାଣି ନ ଆସିବା ପର୍ୟ୍ୟନ୍ତ ଗାଁ କୁ ଟେଙ୍କର ଦ୍ଵାରା ପାଣି ଯୋଗାଇ ଦେବାକୁ କହିଵାରୁ ରାସ୍ତା ଅଵରୋଧ ହଟିଥିଲା । ଏ ଅଵସରରେ ସ୍ଥାନୀୟ ଵିଜେପି ନେତା ମହନ୍ତ ଚିନ୍ମୟାନନ୍ଦ ଦାସ , ସ୍ଥାନୀୟ ଓ୍ଵାର୍ଡ଼ ମେମ୍ଵର ସମେତ ଵହୁ ଗ୍ରାମଵାସୀ ଆନ୍ଦୋଳନ ରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular