ଜଳେଶ୍ୱର: ପୋଲିସ୍ ପରିଚୟ ଦେଇ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ଚମ୍ପଟ ମାରିଲେ ଦୁର୍ବୁତ୍ତ । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବଡବଜାର ନିକଟରୁ ହୋଇଛି ଲୁଟ । ଜଳେଶ୍ଵର ଥାନା ନନ୍ଦିକା ଗ୍ରାମର ସ୍ନେହଲତା ଭଞ୍ଜ ନାମକ ଜଣେ ମହିଳା ବଡ଼ବଜାରର ଦେଇ ଯାଉଥିବାବେଳେ ଏହି ଲୁଟ ହୋଇଛି । ଆପାଚି ବାଇକରେ ଦୁଇଜଣ ଯୁବକ ପୋଲିସର ପରିଚୟ ଦେଇ ଆଗରେ ଲୁଟ ହୋଇଥିବା କହିଥିଲେ । ତେଣୁ ସମସ୍ତ ଗହଣା ଦେହରୁ କାଢ଼ି ବ୍ୟାଗରେ ରଖିବା ପାଇଁ କହିଥିଲେ । ମହିଳା ଜଣକ ତାଙ୍କ କଥାରେ ବିଶ୍ବାସ କରି ତାଙ୍କ ହାର ଓ ମୁଦି କଢି ବ୍ୟାଗ ରଖିବା କ୍ଷତି ଦୁର୍ବୃତ୍ତ ମାନେ ବ୍ୟାଗ ଛଡ଼ାଇ ଚମ୍ପଟ ମାରିଥିଲେ । ଏନେଇ ମହିଳା ଜଣକ ଜଳେଶ୍ଵର ଥାନାରେ ଅଭିଯୋଗ କରିଛନ୍ତି, ପୋଲିସ ଘଟଣାର ତଦନ୍ତ ଚଳାଇଛି



Visitors Today : 3
Total Visitors : 130169
Total Views : 9891615
Visitors Online Now : 0