ସିଡନୀ: ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଐତିହାସିକ ଡ୍ର ପରେ, ଚତୁର୍ଥ ଟେଷ୍ଟ ଖେଳିବା ପାଇଁ ବ୍ରିସବେନରେ ପହଂଚିଛି ଭାରତୀୟ ଦଳ । ହେଲେ ଏଠାରେ କରାଯାଇଥିବା ବ୍ୟବସ୍ଥା ଭାରତୀୟ ଦଳର ହୋସ ଉଡାଇ ଦେଇଛି । ଟିମ ଇଣ୍ଡିଆର ରହଣୀ ପାଇଁ ହୋଟେଲରେ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟବସ୍ଥା କରାଯାଇନଥିଲା । ଶେଷରେ ବିସିସିଆଇ ଏଥିରେ ହସ୍ତକ୍ଷେପ କରିଛି । ଘଟଣା ସମ୍ପର୍କରେ ବିସିସିଆଇ କ୍ରିକେଟ ଅଷ୍ଟ୍ରେଲିଆ ଓ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇଛି । ଏହାପରେ ଖେଳାଳିଙ୍କୁ ସୁଇମିଂ ପୁଲ, ଜିମ ଓ ଲିଫ୍ଟ ବ୍ୟବହାର କରିବା ପାଇଁ ଅନୁମତି ମିଳିବା ସହ ଅନ୍ୟାନ୍ୟ ସୁବିଧା ଦିଆଯାଇଛି । ଖେଳାଳି ମାନେ ହୋଟେଲରେ ପହଂଚିବା ପରେ ତାଙ୍କୁ ହାଉସକିପିଂ ସର୍ଭିସ ଯୋଗାଇ ଦିଆଯାଇ ନଥିଲା, ଖେଳାଳିଙ୍କୁ ନିଜ ରୁମର ବେଡ ନିଜେ ସଜାଡିବାକୁ ପଡିଥିଲା । ଏପରିକି ବାଥରୁମ୍ ଓ ଟଏଲେଟ ମଧ୍ୟ ନିଜେ ସଫା କରିଥିଲେ ଖେଳାଳି । ହୋଟେଲରେ ଖେଳାଳି ପହଂଚିବା ପରେ ରୁମ ସର୍ଭିସ ସୁବିଧା ନଥିଲା । ନିଜ ବ୍ୟାଗ ଓ କ୍ରୀଡା ଉପକରଣ ଖେଳାଳିମାନେ ବୋହି ବୋହି ନିଜ ରୁମକୁ ନେଇଥିଲେ । କରୋନା ଭାଇରସ ଜନିତ କଟକଣା ପାଇଁ ପୂର୍ବରୁ ଭାରତୀୟ ଦଳ ବ୍ରିସବେନ ଯିବାକୁ ଅନିଚ୍ଛା ପ୍ରକାଶ କରିଥିଲା । ଏବେ ବ୍ରିସବେନ ଯିବା ପରେ ତାଙ୍କୁ ଏପରି ସ୍ଥିତିର ସାମ୍ନା କରିବାକୁ ପଡିଛି । କେବଳ ଗ୍ରାଉଣ୍ଡ ଓ ହୋଟେଲ ବ୍ୟତୀତ ଖେଳାଳିମାନେ ଆଉ କୁଆଡେ ଯାଇପାରି ନଥିଲେ । ହୋଟେଲ ବାଉଣ୍ଡ୍ରିରେ ମଧ୍ୟ ବୁଲାବୁଲି କରୁବାକୁ ସୁଯୋଗ ଦିଆଯାଇନଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0