ପୁରୀ : ଟ୍ରେନ ସିଟରେ ପଡ଼ିଥିଲା ବ୍ୟାଗ। ବ୍ୟାଗରେ ଥିଲା ୨୫ ହଜାର ଟଙ୍କା ସମେତ ମୋବାଇଲ ଫୋନ ଏବଂ କାଗଜପତ୍ର । ଏହା କାହାର ବୋଲି ପଚାରି ପଚାରି କିଛି ଉତ୍ତର ପାଇ ନ ଥିଲେ ରେଳବାଇ ପୁଲିସ୍ କର୍ମଚାରୀ। ଶେଷରେ ମହାରାଷ୍ଟ୍ରର ଗୋବିନ୍ଦ ମହାତୋ ଉକ୍ତ ବ୍ୟାଗ ତାଙ୍କର ବୋଲି କହି ରେଳବାଇ ପୁଲିସଠାରୁ ସମସ୍ତ ଜିନିଷ ସୁରକ୍ଷିତ ପାଇବା ସହ କୃତଜ୍ଞତା ଜଣାଇଛନ୍ତି। ଏପରି ଘଟଣା ଘଟିଯାଇଛି ପୁରୀରେ। ଗତ ୨୧ ତାରିଖରେ ପୁରୀ- ଅହମଦାବାଦ ଟ୍ରେନ ପୁରୀର ପ୍ଲାଟଫର୍ମ ନଂ ୩ରେ ଲାଗିଥିଲା । ଏହି ସମୟରେ ସୁରକ୍ଷା ଦାୟିତ୍ୱରେ ଥିବା ଆରପିଏଫ ଷ୍ଟାଫ ଟ୍ରେନରେ ଚଢ଼ିଥିଲେ । ଟ୍ରେନର କୋଚ ନମ୍ବର ୧ର ୩ ନମ୍ବର ସିଟ୍ରେ ଗୋଟିଏ ମାଟିଆ ରଙ୍ଗର ବ୍ୟାଗ ଦେଖିବାକୁ ପାଇଥିଲେ ଆରପିଏଫ ଷ୍ଟାଫ ଟି.କେ ମହାପାତ୍ର। ଏହି ବ୍ୟାଗକୁ ପାଇବା ପରେ ମାଇକ ଯୋଗେ ଘୋଷଣା କରିଥିଲେ ବି କେହି ବ୍ୟାଗକୁ ନେବା ଲାଗି କେହି ପହଞ୍ଚି ନ ଥିଲେ। ଏନେଇ ସେ ନେଇ ଡ୍ୟୁଟି ଅଫିସର ଏ.କେ ଜେନାଙ୍କୁ ଖବର ଦେଇଥିଲେ। କିଛି ସମୟ ପରେ ମହାରାଷ୍ଟ୍ରର ଗୋବିନ୍ଦ ମହାତୋ ନାମକ ବୃଦ୍ଧ ସେହି ବ୍ୟାଗ ତାଙ୍କର ବୋଲି ଡ୍ୟୁଟି ଅଫିସରଙ୍କୁ କହିଥିଲେ। ବ୍ୟାଗରେ ୨୫ ହଜାର ଟଙ୍କା ସମେତ ମୋବାଇଲ ଫୋନ ଏବଂ କାଗଜପତ୍ର ଥିଲା। ରେଳାବାଇ ପୁଲିସ୍ ସମସ୍ତ ଜିନିଷ ତାଙ୍କୁ ଫେରାଇଥିଲେ। ଏନେଇ ମହାରାଷ୍ଟ୍ରର ଗୋବିନ୍ଦ ମହାତୋ ରେଳବାଇ ପୁଲିସ୍କୁ କୃତଜ୍ଞତା ଜଣାଇଥିଲେ।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0