spot_img

କରୋନା ପଜିଟିଭ ହେଲେ ବଦ୍ରିନାଥ

ୱାର୍ଲଡ ରୋଡ ସେଫଟି କ୍ରିକେଟ ସିରିଜ ଖେଳିଥିବା କ୍ରିକେଟର ମାନେ ଏବେ ଜଣକ ପରେ ଜଣେ କୋଭିଡ ପଜିଟିଭ ଚିହ୍ନଟ ହେବାରେ ଲାଗିଛନ୍ତି । ସଚିନ ଏବଂ ୟୁସୁଫ ପୁଠାନଙ୍କ ପରେ ଏବେ ପୂର୍ବତନ ଭାରତୀୟ ଖେଳାଲି ସୁବ୍ରମଣ୍ୟମ ବଦ୍ରିନାଥ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ଟୁଇଟ କରି ବଦ୍ରିନାଥ ଲେଖିଛନ୍ତି, ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ପାଖରେ କରୋନାର ସାମାନ୍ୟତମ ଲକ୍ଷଣ ଦେଖିବାକୁ ମିଳୁଛି । ସେ ନିଜକୁ ଆଇସୋଲେସନରେ ରଖିବା ସହିତ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିସହ ତାଙ୍କ କଣ୍ଟାକ୍ଟରେ ଆସିଥିବା ଲୋକଙ୍କୁ ସେ ତୁରନ୍ତ ଟେଷ୍ଟିଂ କରାଇ ନେବାକୁ ପରାମର୍ଶ ଦେଇଛନ୍ତି । ୱାର୍ଲଡ ରୋଡ ସେଫଟି କ୍ରିକେଟ ସିରିଜ ଖେଳିଥିବା ତିନିଜଣ ଖେଳାଳି ଏବେ କରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ସେମାନେ ହେଲେ ସଚିନ ତେନ୍ଦୁଲକର, ୟୁସୁଫ ପଠାନ ଏବଂ ଏସ ବଦ୍ରିନାଥ । ତେବେ ଅନ୍ୟ ଖେଳାଳିମାନେ ଏହି ସିରିଜରେ ଭାଗ ନେଇଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଆଗାମୀ ଦିନରେ ବଢିପାରେ ବୋଲି ମଧ୍ୟ ଆଶଙ୍କା ଦେଖାଦେଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular