ନୀଳଗିରି: ହୋଲିରେ ଅଭାବନୀୟ ଘଟଣା। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ଭଉଁରିଆବାଡ଼ ପଞ୍ଚାୟତ ତେରଲଡ଼ିହି ଗ୍ରାମରେ ଅଗ୍ନିକାଣ୍ଡ । ଜଗନ୍ନାଥ ମାଝୀଙ୍କ ଘରେ ଆଜି ଦ୍ୱିପ୍ରହର ଗୋଟାଏ ବେଳେ ହଠାତ ନିଆଁ ଲାଗିଯାଇଥିଲା। ଆଖି ପିଛୁଳାକେ ନିଆଁ ବ୍ୟାପି ଯାଇଥିଲା। ଫଳରେ ଦୁଇ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଗ୍ରାମବାସୀ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ। ହେଲେ ଦମକଳ ବାହିନୀ ପହଞ୍ଚିବାରେ ବିଳମ୍ବ ହେବାରୁ ସବୁ ଆସବାପାତ୍ର, ଧାନ, ଚାଉଳ ପୋଡି ପାଉଁଶ ହୋଇଯାଇଥିଲା। ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ଘରଟି ସମ୍ପୂର୍ଣ୍ଣ ପୋଡିଯାଇଥିବା ବେଳେ ଜଗନ୍ନାଥଙ୍କ ପରିବାର ଅସହାୟ ହୋଇପଡିଛନ୍ତି। ପରିବାର ଲୋକଙ୍କ ସହ ମୁଣ୍ଡ ଗୁଞ୍ଜିବାକୁ ଜାଗା ଖଣ୍ଡେ ମଧ୍ୟ ନାହିଁ। ପ୍ରଶାସନ ତରଫରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0