ଆମେ ସମସ୍ତେ ଶାଗୁ ଦାନା ଖେଚୁଡି ବିଷୟରେ ଜାଣିଛେ ଆଉ ଖାଇଛେ ମଧ୍ୟ । ଶାଗୁ ସ୍ୱାସ୍ଥ୍ୟ ପାଇଁ ହୀତକର ହୋଇଥାଏ । ତେବେ ଆମେ ଏଠାରେ ଶାଗୁ ଦାନାର ରେସିପି କହିବାକୁ ଯାଉଛୁ । ଯାହାର ନାଁ ରଖାଯାଇଛି ଶାଗୁ ଦାନା ରୋଟି । ଏହି ଶାଗୁ ଦାନା ରେସିପି କିଛି ବି ପର୍ବ ପର୍ବାଣୀ , ଓଷା କରିଥିବା ସମୟରେ ଏହାକୁ ପ୍ରସ୍ତୁତ କରିପାରିବେ । ଏହାକୁ ବନେଇବାକୁ ଖୁବ୍ କମ୍ ସମୟ ଲାଗିଥାଏ । ଏହି ରୋଟି ବାହାରକୁ କି୍ର୍ରସ୍ପି, ଆଉ ଭିତରୁ ନରମ ରହିଥାଏ । ଏଥିରେ କଞ୍ଚା ଲଙ୍କା, ଧନିଆ ପତ୍ର, ଆଉ ଲୁଣର ପ୍ରୟୋଗ କରି ଏହା ବନାଯାଇଥାଏ । ନବରାତ୍ରୀ, ଶିବରାତ୍ରୀ, ଜନ୍ମାଷ୍ଟମୀ, ଏକାଦଶୀ ଆଉ କିଛି ବି ପର୍ବ ପାଇଁ ଏହା ଉପଯୁକ୍ତ ଅଟେ । ତେବେ ଆସନ୍ତୁ ଜାଣିବା ସାଗୁ ଦାନା ରୋଟି ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ବିଷୟରେ ।
ସାମଗ୍ରୀ:-
୧. ଶାଗୁଦାନା-୧୦୦ ଗା୍ରମ
୨. ସିଝା ଆଳୁ- ୪ଟା
୩. କଞ୍ଚା ଲଙ୍କା (କଟା ହୋଇଥିବ)-୧ଟା
୪. ଚିନି- ୧ ଚାମଚ
୫. ଗଜାମୁଗ-୨ ଚାମଚ
୬. ଧନିଆ ପାତ୍ର (କଟା)- ୨ଚାମଚ
୭. ତେଲ- ୨ ଚାମଚ
୮. ଲୁଣ- ସ୍ୱାଦାନୁସାରେ
ପ୍ରଣାଳୀ:-
ଉପରେ କୁହାଯାଇଥିବା ସବୁ ସମଗ୍ରୀକୁ ଗୋଟିଏ ପାତ୍ରରେ ରଖି ମିଶାନ୍ତୁ । ଏହା ପରେ ଏହି ମିଶ୍ରଣକୁ ଭଲ ଭାବେ ମିକ୍ସ କରିଦିନ୍ତୁ । ଏହି ମିସ୍କରକୁ ଛୋଟ ଛୋଟ ବଲ୍ କରି ଦିଅନ୍ତୁ । ଏହି ବଲ୍ କୁ ଫାଇଲ ପେପର ଉପରେ ରଖି ଧୀରେ ଧୀରେ ବେଲି ଦିଅନ୍ତୁ । ତା ପରେ ତାୱା ଗରମ କରି ତା ଉପରେ ଟିକେ ତେଲ ଲଗେଇ ରୋଟିକୁ ଧୀରେ କରି ତାୱା ଉପରେ ରଖି ଦିଅନ୍ତୁ । ଚୁଲ୍ଲାକୁ ଅଳ୍ପ ଆଞ୍ଚ ଦେଇ ଉଭୟ ପାଶ୍ୱର୍ରେ ତେଲ ଦେଇ ବସାନ୍ତୁ । ରୋଟି ଟି ଯେତେବେଳେ ଇସତ୍ ବାଦାମୀ ରଙ୍ଗ ହୋଇଯିବ ତାକୁ ଚୁଲ୍ଲରୁ କାଢି ଦିଅନ୍ତୁ । ବର୍ତ୍ତମାନ ଶାଗୁ ଦାନା ରୋଟି ପ୍ରସ୍ତୁତ ହୋଇଗଲା । ଏହି ରୋଟିକୁ ଆପଣ ଦହି ଓ ଧନିଆ ଚଟଣି ସହ ବାଢନ୍ତୁ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0