ସମ୍ବଲପୁର: ସମ୍ବଲପୁର ସହରର ସିନ୍ଦୂରପଙ୍କ ଚୌଧୁରୀ ଛକରେ ବିଭିନ୍ନ ଦାବି ରଖି ଚାଷୀମାନେ ଆନ୍ଦୋଳନ ଛନ୍ତି। ଚାଷୀମାନେ କ୍ବିଣ୍ଟାଲ୍ ପିଛା ଧାନ ସଂଗ୍ରହ ପରିମାଣ ବୃଦ୍ଧି, ଟୋକନ୍ ବ୍ୟବସ୍ଥାର ପ୍ରତ୍ୟାହାର ଓ ନୂତନ କୃଷି ନୀତିର ବିରୋଧ କରି ରାସ୍ତାରେ ଧାନ ଗାଡ଼ି ରଖି ରାସ୍ତା ରୋକ କରି ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି।
ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ମସିତିର ଆହ୍ବାନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୃଷି ଆନ୍ଦୋଳନ ଜୋର୍ ଧରିଛି। ଏହି ଅନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି କୃଷକମାନେ କହିଥିବା ବେଳେ କୃଷି ସଚିବ ଆସି ସେମାନଙ୍କ ସହ ଆଲୋଚନା କରନ୍ତୁ ବୋଲି ଅନ୍ଦୋଳନକାରୀ କୃଷକ ଦାବି କରିଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0