ସମ୍ବଲପୁର: ଏକ ବଡ଼ ଧରଣର ଅଘଟଣରୁ ସମ୍ବଲପୁର ସହର ବର୍ତ୍ତିଲା। ସହରର ମୁଦିପଡା ଛକ ଠାରେ ଥିବା ଏକ ପେଟ୍ରୋଲପମ୍ପ ଠାରେ ଆଜି ପୂର୍ବାହ୍ନ ସମୟରେ ପେଟ୍ରୋଲ ଟ୍ୟାଙ୍କର ତେଲ ଅନଲୋଡ କରିବାକୁ ଆସିଥିବା ବେଳେ ଦୁଇଜଣ ଅସାମାଜିକ ଯୁବକ ଡ୍ରାଇଭରଙ୍କୁ ୫ ହଜାର ଟଙ୍କା ଦାଦା ବଟି ମାଗିଥିଲେ। ତେବେ ଡ୍ରାଇଭର ଦାଦାବଟି ନ ଦେବାରୁ ସେହି ଅସାମାଜିକ ଯୁବକ ମାନେ ତେଲ ଟ୍ୟାଙ୍କର ଉପରକୁ ଚଢ଼ିଯାଇ ଦିଆସିଲି ମାରି ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ। ସୌଭାଗ୍ୟବଶତଃ ଦିଆସିଲି ନ ଜଳିବାରୁ ତେଲ ଟ୍ୟାଙ୍କରରେ ନିଆଁ ଲାଗି ପାରିନଥିଲା। ପରେ ପେଟ୍ରୋଲ ପମ୍ପରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଦୁଇ ଅସାମାଜିକ ଯୁବକଙ୍କୁ କାବୁ କରି ଟାଉନଥାନାକୁ ଖବର ଦେଇଥିଲେ। ଏହି ଘଟଣା ସଂପର୍କରେ ପେଟ୍ରୋଲ ପମ୍ପ ମାଲିକ ପ୍ରମୋଦ ବାଙ୍କା ଟାଉନଥାନାରେ ଅଭିଯୋଗ କରିଛନ୍ତି। ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲଗାଇବାକୁ ଉଦ୍ୟମ କରିଥିବା ଯୁବକଙ୍କୁ ନେଇ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0