ସମ୍ବଲପୁର ୧୩।୦୭: ପୁଣି ଥରେ ବୁର୍ଲା ଭିସୁଟ୍ ବା ବୀରସୁରନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟକୁ ସଟଡାଉନ ଘୋଷଣା କରାଯାଇଛି । ପୂର୍ବରୁ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ନଷ୍ପତ୍ତି ନେଇଥିଲେ କର୍ତ୍ତୃପକ୍ଷ । । ଭିସୁଟରେ ୧୨ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରତିଷେଧକ ପଦକ୍ଷେପ ସ୍ବରୂପ ବିଶ୍ବବିଦ୍ୟାଳୟକୁ ୧୧ ଯାଏଁ ସଟଡାଉନ୍ କରାଯାଇଥିଲା । ଏହାପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୁନର୍ବାର ଆଉ ୫ ଦିନ ଲାଗି ସଟଡାଉନ୍ ଅବଧିକୁ ବଢ଼ାଇଛନ୍ତି। ଏଥିସହ ସୂଚନା ଦିଆଯାଇଛି କି ବିଶ୍ବବିଦ୍ୟାଳୟ କାର୍ୟ୍ୟାଳୟ ୨୦ ତାରିଖରେ ଖୋଲିବ। ବହୁ କର୍ମଚାରୀ ଓ ଶିକ୍ଷକ ସଙ୍ଗରୋଧରେ ଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି କୁଳପତି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0