spot_img

କଂଗ୍ରେସକୁ ଟାର୍ଗେଟ କଲେ ସମ୍ବିତ ପାତ୍ର

କିଛି ନ କିଛି କାରଣ ପାଇଁ ସବୁବେଳେ ମୁହାଁମୁହିଁ ହେଉଛନ୍ତି କଂଗ୍ରେସ ଆଉ ବିଜେପି | ଏବେ ପୁଣି ରାଫେଲ କିଣା ଦୁର୍ନୀତିକୁ ନେଇ ଦୁଇ ଦଳ ମଧ୍ୟରେ ଚାଲିଛି କାଦୁଅ ଫିଙ୍ଗାଫିଙ୍ଗି | ବିଜେପି ମୁଖପାତ୍ର ସଂବିତ ପାତ୍ର କହିଛନ୍ତି ଯେ ରାଫେଲ ବିମାନ କିଣାର ସତ୍ୟତା ଏବେ ସାମନାକୁ ଆସିଛି । ଏହି ବିମାନ କିଣାରେ ବଡ଼ ଧରଣର କମିସନି କାରବାର ହୋଇଛି । ଏସବୁ କାଣ୍ଡ ୨୦୦୭ରୁ ୨୦୧୨ ମଧ୍ୟରେ ଅର୍ଥାତ ୟୁପିଏ ସରକାରଙ୍କ ଅମଳରେ ହୋଇଛି । ରାଫେଲ ଲଢୁଆ ବିମାନ ବିକ୍ରି ପାଇଁ ଫ୍ରାନ୍ସ କମ୍ପାନି ଡାସାଲ୍ଟ ଆଭିଏସନ ଏକ ମଧ୍ୟସ୍ଥିଙ୍କୁ ୭.୫ ନିୟୁତ ୟୁରୋ ବା ପ୍ରାୟ ୬୫ କୋଟି ଟଙ୍କା ଲାଞ୍ଚ ଦେଇଥିଲା ଓ ଏହି କମିଶନ ୨୦୦୭ରୁ ୨୦୧୨ ମଧ୍ୟରେ ଦିଆଯାଇଥିଲା ବୋଲି ଫ୍ରାନ୍ସର ଏକ ନ୍ୟୁଜ ପୋର୍ଟାଲ ‘ମିଡିଆପାର୍ଟ’ ଅଭିଯୋଗ କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ ଆକ୍ଷେପ କରି ସେ କହିଛନ୍ତି ଯେ ୨୦୧୯ରେ ନିର୍ବାଚନ ପୂର୍ବରୁ ରାଫେଲ ଡିଲରେ ଦୁର୍ନୀତିକୁ ନେଇ ଭ୍ରମ ସୃଷ୍ଟି କରାଯାଇଥିଲା । କଂଗ୍ରେସ ଏପରି ଭାବେ ବାରମ୍ବାର ଏହି ପ୍ରସଙ୍ଗକୁ ଉଠାଇଥିଲା ଯେପରି ଲାଗୁଥିଲା ଯେ ଏହି ଡିଲ ହେବାପରେ କଂଗ୍ରେସର କୌଣସି ସ୍ବାର୍ଥହାନୀ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular