spot_img

ଭାରତରେ ଲଞ୍ଚ ହେଲା Samsung Galaxy Z Fold 2 ଫୋନ

ନୂଆଦିଲ୍ଲୀ: ସାମସଙ୍ଗ ନିଜର ତୃତୀୟ ଫୋଲ୍ଡେବୁଲ ଫୋନ Samsung Galaxy Z Fold 2 କୁ ଭରତରେ ଲଞ୍ଚ କରିଛି । ଲଞ୍ଚ କରିବା ସହିତ ଭାରତରେ ବୁକିଂ ଆରମ୍ଭ ହେବାର ତାରିଖ ମଧ୍ୟ ଘୋଷଣା କରିଛି । ତାହା ସହିତ କମ୍ପାନୀ ଏହାର ଦାମ ମଧ୍ୟ ଘୋଷଣା କରିଦେଇଛି । ପାଇଁ ୧୪ ସେପ୍ଟେମ୍ବର ଦ୍ୱିପ୍ରହର ୧୨ଟାରେ ପ୍ରି-ଅର୍ଡ଼ର ମଧ୍ୟ ଆରମ୍ଭ ହେବ । କିନ୍ତୁ କମ୍ପାନୀ ତରଫରୁ ଡ଼େଲିଭରି ବିଷୟରେ ବର୍ତ୍ତମାନ ସୁଦ୍ଧା କୈାଣସି ସୂଚନା ଦିଆଯାଇନି । ଭାରତରେ ସାମସଙ୍ଗର ଏହି ନୂଆ ଫୋନର ଦାମ ରହିଛି ୧ ଲକ୍ଷ ୪୯ ହଜାର ୯୯୯ ଟଙ୍କା । ୧୪ ସେପ୍ଟେମ୍ବରରୁ ସାମସଙ୍ଗର ଅନଲାଇନ ଷ୍ଟୋର ଓ ବିଭିନ୍ନ ରିଟେଲ ଷ୍ଟୋରରେ ପ୍ରି-ଅର୍ଡ଼ର କରାଯାଇପାରିବ । ଏହି ଫୋନର ୩ଟି କଲରରେ ବଜାରରେ ଉପଲବ୍ଧ ହେବ । ଫୋନ ସହିତ ୧୨ ମାସର ନୋ-ଫାଷ୍ଟ ଇଏମଆଇ ମଧ୍ୟ ମିଳିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular