ସୋସିଆଲ ମିଡିଆରେ ଭାୟରାଲ ହେଉଛି ସପନା ଚୌଧୁରୀଙ୍କ ଫଟୋ । ନିକଟରେ ମାଆ ହୋଇଥିବା ସପନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସପନା ନିଜ ପୁଅକୁ ଧରି ଛିଡ଼ା ହୋଇଛନ୍ତି । ତେବେସ୍ପନାଙ୍କର ଏହି ଫଟୋକୁ ତାଙ୍କ ଫ୍ୟାନ୍ସମାନେ ଖୁବ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ ସପନା ହରିୟାଣା ସିଙ୍ଗର, ଲେଖକ ଏବଂ ମଡେଲ୍ ବୀର ସାହୁଙ୍କ ସହ ଗତ ଜାନୁଆରୀ ମାସରେ କୋର୍ଟ ମ୍ୟାରେଜ୍ କରିଥିଲେ। ଏହି ବିବାହ ବହୁତ ସରଳତାର ସହ କରାଯାଇଥିବାରୁ କେହି ଏହି ସମ୍ପର୍କରେ ଜାଣିପାରିନଥିଲେ।

କିନ୍ତୁ ସପନା ମା’ ହେବା ପରେ ଏହି ଖବର ଏବେ ସାମ୍ନାକୁ ଆସିଛି। ସପନା ବିବାହ ପରେ ବୀରଙ୍କ ସହ ନିଜର ପ୍ରଥମ ଫଟୋ କରଓ୍ଵାଚୌଥ୍ ଦିନ ସେୟାର କରିଥିଲେ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0