ଆଜିକାଲି ସୈଫ୍ ଅଲ୍ଲୀ ଖାନ୍ ଓ ଅମୃତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ୍ ସିନେମା ଦୁନିଆରୁ ଦୂରେଇ ଅଛନ୍ତି, କିନ୍ତୁ ସୋସିଆଲ୍ ମିଡିଆରୁ ଦୂରେଇ ଯାଇ ନାହାନ୍ତି। ସୋସିଆଲ୍ ମିଡିଆରେ ନିଜର ବିଭିନ୍ନ ପ୍ରକାରର ଫଟୋ ଶେୟାର କରି ନିଜ ପ୍ରଶଂସକମାନଙ୍କର ମନୋରଞ୍ଜନ କରୁଛନ୍ତି। ସାରାଙ୍କ ଫଟୋ ଯେତିକି ହୃଦୟକୁ ଛୁଇଁଥାଏ ତା’ ଠାରୁ ଅଧିକ ମଜ୍ଜାଦାର ହୋଇଥାଏ ଫଟୋର କ୍ୟାପ୍ସନ୍। ନିକଟରେ ସାରା ଅଲ୍ଲୀ ଖାନ୍ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି, ଯେଉଁ ତାଙ୍କାର ବୋଲ୍ଡ ଅବତାର ସାମ୍ନାକୁ ଆସିଛି। ଏହି ଫଟୋରେ ସାରା ତାଙ୍କ ସାର୍ଟର ବଟମ ଖୋଲି ସନ୍କିସ୍ ନେଉଥିବା ନଜର ଆସିଛନ୍ତି। ଫଟୋରେ ସାରା ଧଳା ରଙ୍ଗର ସାର୍ଟ ପିନ୍ଧିଥିବା ବେଳେ ଏହାର ବଟମ ଖୋଲି ଦେଇଛନ୍ତି ଏବଂ ଭିତରେ କଳା ରଙ୍ଗର ଇନର ପିନ୍ଧିଥିବା ନଜର ଆସିଛନ୍ତି। ଏହା ସାଙ୍ଗକୁ ତାଙ୍କର ମୁକୁଳା କେଶ ତାଙ୍କୁ ଖୁବ ମାନୁଛି। ଏହି ଫଟୋକୁସେ ଶେୟାର କରି କ୍ୟାପସନରେ ଲେଖିଛନ୍ତି ଯେ ‘ଏହି ଅବିଶ୍ୱସନୀୟ କ୍ଷତ ଉପରେ ମୁଁ ‘ମରହମ୍'(ମଲମ) ଲଗେଇବାକୁ ଯାଇଛି। ‘ମରହମ’ର ରାଣ, ମରହମ ଲଗାନି। ‘ମରହମ’ ଜାଗାରେ, “ମର ହମ ଗଏ”(ମୁଁ ମରିଗଲି)।’ କିନ୍ତୁ ପରେ ସାରା ଏହି କ୍ୟାପ୍ସନ୍କୁ ହଟେଇ ତା’ ଜାଗାରେ ଫାୟାର୍ ଇମୋଜୀ ଲଗେଇଦେଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0