spot_img

ଅର୍ଜୁନ ତେନ୍ଦୁଲକରଙ୍କ ସମର୍ଥନରେ ଆସିଲେ ଭଉଣୀ ସାରା , ନେପୋଟିଜିମ କ୍ରିକେଟର କହୁଥିବା ଲୋକଙ୍କୁ ଦେଲେ କଡ଼ା ଜବାବ

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ (IPL) ପାଇଁ ଗୁରୁବାର ଦିନ ନିଲାମ ଡ଼କାଯାଇଥିଲା । ଯେଉଁଥିରେ ଫ୍ରାଞ୍ଚାଇଜମାନେ ନିଜ ମନ ପସନ୍ଦର ଖେଳାଳିମାନଙ୍କୁ କିଣିସାରିଛନ୍ତି । ଏଥିରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ଆସିଥିଲେ । ଏହି ନିଲାମୀ ଡାକରାରେ ଅର୍ଜୁନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଲକ୍ଷ ଟଙ୍କାରେ ନିଜ ଟିମ ପାଇଁ କିଣିଛି । ଏହି ଖବର ଜାଣିବାପରେ ସାମାଜିକ ଗଣମାଧ୍ୟମରେ ପୁଣିଥରେ ନେପୋଟିଜିମ୍ ଉପରେ ମହାଭାରତ ଲାଗିଯାଇଛି । ସୋଶିଆଲ ମିଡ଼ିଆରେ କୁହାଯାଉଛି ଯେ , ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ହୋଇଥିବାରୁ ତାଙ୍କୁ ସହଜରେ ମୁମ୍ବାଇ ଇଣ୍ଡିଆନ୍ସରେ ସ୍ଥାନ ମିଳିଗଲା ।

ବର୍ତ୍ତମାନ ଅର୍ଜୁନଙ୍କ ଭଉଣୀ ସାରା ତେନ୍ଦୁଲକର ଏହି ଆଲୋଚନା ଉପରେ କଡ଼ା ଜବାବ ଦେଇଛନ୍ତି । ସାରା ନିଜ ଭାଇଙ୍କ ସମର୍ଥନରେ ଆସି ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରି ଳେଖିଛନ୍ତି , “କେହିବି ତୁମରି ଏହି ଉପଲବ୍ଧୀକୁ ଛଡ଼ାଇ ନେଇପାରିବେ ନାହିଁ । ଏହା ତୁମର ଅଟେ । ମୁଁ ତମ ପାଇଁ ଗର୍ବିତ ।” ସେପଟେ ଜାହୀର ଖାନ ମଧ୍ୟ ଅର୍ଜୁନଙ୍କ ସମର୍ଥନରେ ବାହାରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular