ୱାସିଂଟନ: ମହାମାରୀ କରୋନା ସଂକ୍ରମଣ କୁ ରୋକିବାରେ ସଂପୂର୍ଣ୍ଣ ଅସମର୍ଥ ଉତ୍ତର କୋରିଆ । ଏଥିପାଇଁ ଉତ୍ତର କୋରିଆ ସରକାର ଏକ ଗୁରୁତ୍ତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବିଶେଷକରି ଚୀନରୁ ଆସୁଥିବା ଆଗନ୍ତୁକ ମାନଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର କୋରିଆ ପ୍ରଶାସନ । ଉତ୍ତରକୋରିଆ ସ୍ୱାସ୍ଥ୍ୟ ସେବା ସଂପୂର୍ଣ୍ଣ ଭାବେ ଭୁଷୁଡ଼ି ପଡ଼ିଥିବା ବେଳେ ଏଭଳି ପରିସ୍ଥିତିରେ କରୋନା ମୁକାବିଲା କରିବା ଉତ୍ତର କୋରିଆ ପାଇଁ ସମ୍ଭବ ନୁହେଁ । ଗତ ଜାନୁଆରି ମାସରୁ ଉତ୍ତର କୋରିଆ ସରକାର ଚୀନ ସହ ସଂଯୋଗ ସମସ୍ତ ସୀମାକୁ ବନ୍ଦ କରିଦେଇଛନ୍ତି । ଯାହାଫଳରେ ଏହି ମହାମାରୀ କରୋନାର ଗୋଟିଏ ବି ଲକ୍ଷଣ ଏଯାବତ ଉତ୍ତର କୋରିଆରେ ଦେଖାଯାଇନାହିଁ । ଦକ୍ଷିଣ କୋରିଆରେ ରହୁଥିବା ଏକ ସାମରିକ ଅଧିକାରୀଙ୍କ ଠାରୁ ଏପରି ସୂଚନା ମିଳିଛି । ଦେଶର ସେନାବାହିନୀଙ୍କୁ କରୋନା ସଂକ୍ରମଣ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତର କୋରିଆ ସରକାର ଚୀନରୁ ଆସୁଥିବା ଆଗନ୍ତୁକ ମାନଙ୍କୁ ଗୁଳି ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।



Visitors Today : 0
Total Visitors : 130210
Total Views : 9891678
Visitors Online Now : 0