କରୋନା କାଳରେ ବ୍ୟାଙ୍କ ଠକେଇ ମାମଲା ବଢ଼ିବାରେ ଲାଗିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର କଡ଼ା ନିୟମ ପରେ ମଧ୍ୟ ବ୍ୟାଙ୍କରେ ଠକେଇ ମାମଲା ସାମ୍ନାକୁ ଆସୁଛି । ଦେଶରେ ବଢ଼ୁଥିବା ଠକେଇ ମାମଲାକୁ ଆଖିରେ ରଖି ଭାରତର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ନିଜ ଗ୍ରାହକଙ୍କ ନିମନ୍ତେ ନୂଆ ସୁବିଧା ଆରମ୍ଭ କରିଛନ୍ତି । ବ୍ୟାଙ୍କ ଟ୍ୱିଟ କରି କହିଛନ୍ତି କି ବ୍ୟାଙ୍କକୁ ଏଟିଏମ କିମ୍ବା ମିନି ଷ୍ଟେଟମେଣ୍ଟ ଚେକ କରିବାକୁ ନିବେଦନ ମିଳିବ , ସେତେବେଳେ ଗ୍ରାହକଙ୍କୁ ଏସଏମଏସ ମାଧ୍ୟମରେ ଆଲର୍ଟ କରାଯିବ । ବ୍ୟାଙ୍କ ତରଫରୁ ଏହି ଦେଣନେଣ ଗ୍ରାହକ ଦ୍ୱାରା ହେଉଛି ବୋଲି ସ୍ପଷ୍ଟ କରିବା ପାଇଁ ଏହି ସୁବିଧା ଆରମ୍ଭ କରାଯାଇଛି । ଯଦି ଗ୍ରାହକଙ୍କ ଡେବିଟ କାର୍ଡରୁ ଅନ୍ୟ କେହି ଟଙ୍କା ଉଠାଇବାର ପ୍ରୟାସ କରୁଥିବ , ତେବେ ଗ୍ରାହକଙ୍କୁ ଏନେଇ ଏସଏମଏସ ମାଧ୍ୟମରେ ସୂଚନା ଦିଆଯିବ । ଯାହାଫଳରେ ସେ ନିଜ କାର୍ଡ ବ୍ଲକ କରିପାରିବେ ।
ନିକଟରେ ଏସବିଆଇ ନିଜର ଖାତାଧାରୀଙ୍କ ପାଇଁ କିଛି ଶୁଳ୍କ ଛାଡ଼ କରିଛି । ଏଥିରେ ଏସଏମଏସ ଆଲର୍ଟ ଓ ମିନିମମ ବାଲାନ୍ସ ମଧ୍ୟ ସାମିଲ ଅଛି । ପ୍ରାୟ ୪୪ କୋଟି ଗ୍ରାହକଙ୍କୁ ଏହି ସୁବିଧା ମିଳିବ । ଏବେ ଆଉ ଗ୍ରାହକଙ୍କୁ ଏସଏମଏସ ଆଲର୍ଟ ଓ ମିନିମମ ବାଲାନ୍ସ ନିମନ୍ତେ ଦେୟ ଦେବାକୁ ପଡ଼ିବନି । ଏଥିପାଇଁ ‘ୟେନୋ ଏସବିଆଇ ଆପ’ ଡାଉନଲୋଡ଼ କରିବେ । ରେଜିଷ୍ଟର ମୋବାଇଲ ନମ୍ବରରେ ବ୍ୟାଙ୍କିଂ ସର୍ଭିସ ମେସେଜ ପାଇଁ ମଧ୍ୟ ଦେୟ ଦେବାକୁ ପଡ଼ିବନି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0