ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଏବେ ଖୋଲିବ ନାହିଁ ସ୍କୁଲ । ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ସୂଚନା। ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲ ଖୋଲିବା ନେଇ ଚର୍ଚ୍ଚା ହେଉଥିଲା । ବଢୁଥିବା ସଂକ୍ରମଣକୁ ଦେଖି ପୁନର୍ବିଚାର କରାଯାଉଛି । ସୀମାନ୍ତ ଜିଲ୍ଲା ଗୁଡିକରେ ନୋଡାଲ ଅଫିସର ପହଞ୍ଚିଛନ୍ତି । ସେଠାରେ କୋଭିଡ ନିୟମ ପାଳନ ନେଇ ତଦାରଖ କରୁଛନ୍ତି । ଦେଶରେ ଦ୍ରୁତ ବେଗରେ କରୋନା ସଂକ୍ରମଣ ମାଡିଚାଲିଛି । ଏହାରି ଭିତରେ ପୁଣି ଦେଢ ଲକ୍ଷ ଟପିଛି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୧୪ ହଜାର ନୂଆ ମାମଲା ଚିହ୍ନଟ ପରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୫୫ କୁ ଛୁଇଁଛି । ୧୭ ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0