ଭୁବନେଶ୍ୱର : ଆରଏମଆରସି ଏବଂ ବିଏମ୍ସି ପକ୍ଷରୁ ଆରମ୍ଭ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଆଜି ଶେଷ ହୋଇଛି। ଏଥିରେ ଦୁଇ ଦିନରେ ୨୫ଟି ୱାର୍ଡରୁ ୧୩୨୦ଟି ନମୁନା ସଂଗ୍ରହ ହୋଇଛି ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଶୁକ୍ରବାର ୬୩୫ ଜଣଙ୍କର ନମୁନା ସଂଗ୍ରହ ହୋଇଥିବା ବେଳେ ଆଜି ୬୮୫ଜଣଙ୍କର ନମୁନା ସଂଗ୍ରହ ହୋଇଛି। ଶୁକ୍ରବାର ବିଭିନ୍ନ ଅଞ୍ଚଳର ବିଭିନ୍ନବର୍ଗର ଲୋକଙ୍କର ନମୁନା ସଂଗ୍ରହ କରାଯାଇଥିବା ବେଳେ ଆଜି ବିଏମ୍ସି ସଫେଇ କର୍ମଚାରୀ, ପୁଲିସ, ବ୍ୟାଙ୍କ, ସ୍ବାସ୍ଥ୍ୟ କର୍ମଚାରୀ, ବିଭିନ୍ନ ବର୍ଗର କରୋନା ଯୋଦ୍ଧା ଏବଂ ସେବା ଯୋଗାଉଥିବା କର୍ମଚାରୀଙ୍କର ନମୁନା ସଂଗ୍ରହ କରାଯାଇଥିଲା। ସପ୍ତାହକ ମଧ୍ୟରେ ଆର୍ଏମ୍ଆର୍ସି ଏହି ରିପୋର୍ଟ ପ୍ରକାଶ କରିବ ବୋଲି ଜଣାପଡ଼ିଛି। ଏଥିରୁ ଜୁଲାଇ ଓ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଭୁବନେଶ୍ବରର ସ୍ଥିତି କ’ଣ ଥିଲା ଜଣାପଡ଼ିବ। ପ୍ରକୃତରେ କେତେ ଲୋକ ଆକ୍ରାନ୍ତ ହୋଇଛନ୍ତି, କେତେ ଲୋକଙ୍କ ଦେହରେ ଆଣ୍ଟିବଡ଼ି ବିକଶିତ ହୋଇଛି, ତା’ର ପ୍ରକୃତ ତଥ୍ୟ ଜଣାପଡ଼ିବ।
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର କାଜୁଆଲ୍ଟିରୁ ଆଜି ୮ଜଣ ରୋଗୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିକିତ୍ସା ପାଇଁ ଆସିଥିବା ସମୟରେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଥିଲା ଓ ସେମାନେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ହସ୍ପିଟାଲରୁ ପ୍ରତ୍ୟେକ ଦିନ ରୋଗୀଙ୍କ ସମେତ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେଉଛନ୍ତି।
ବାଲିପାଟଣା କ୍ରମାଗତଭାବେ ଏହି ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ତାରିଖରୁ ୨୮ ତାରିଖ ମଧ୍ୟରେ ପୁଣି ୨୫ ଜଣ ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି। ମଝିହରା ପଞ୍ଚାୟତରୁ ୭, ଭାକରସାହି ପଞ୍ଚାୟତରୁ ୧୦ , ତୁରିନ୍ତିରା ପଞ୍ଚାୟତରୁ ୩ , ଗାରେଡିପାଞ୍ଚଣ ପଞ୍ଚାୟତରୁ ୨ ଏବଂ ପମ୍ପାଲୋ, ମୁକୁନ୍ଦଦାସପୁର ଓ ନରିଶୋ ପଞ୍ଚାୟତରୁ ଜଣେ ଲେଖାଏ ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି। ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଏହି ବ୍ଲକରୁ ମୋଟ ୨୭୧ଜଣ ପଜିଟିଭ ଚି଼ହ୍ନଟ ହେଲେଣି। ସେଥିମଧ୍ୟରୁ ୧୪୯ଜଣ ସୁସ୍ଥ ହୋଇଥିବା ବେଳେ ଗୃହ ସଙ୍ଗରୋଧରେ ୧୦୨ ଏବଂ ୨୦ ଜଣ କୋଭିଡ ମେଡିକାଲରେ ଅଛନ୍ତି। କେତେକ ଗ୍ରାମରେ ସଙ୍ଗରୋଧ ନିୟମ ପାଳନ ହେଉନଥିବା ସାଧାରଣରେ ଅଭିଯୋଗ ହେଉଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବା ପରିବାର ସଦସ୍ୟ ଗାଁ ଗଣ୍ଡା ଓ ବଜାରରେ ବୁଲାବୁଲି କରୁଥିବା ଲୋକେ ଅଭିଯୋଗ କରୁଛନ୍ତି। ଆଜି ଶନିବାର ସଟ୍ଡାଉନ ଥିବା ସତ୍ତ୍ବେ ବାଲିପାଟଣା ପୁଲିସ ୫୦ ଜଣ ଅମାନିଆଙ୍କଠାରୁ ତଣ୍ଡ ଆଦାୟ କରିଥିବା ଥାନା ଅଧିକାରୀ ରାଧାକାନ୍ତ ସାହୁ ସୂଚନା ଦେଇଛନ୍ତି। ସେହିପରି ତୁରିନ୍ତିରା ପଞ୍ଚାୟତ ଶୁକ୍ରବାର ସନ୍ଧ୍ୟା ୭ଟାରୁ ଗୁରୁବାର ସକାଳ ୭ଟା ପର୍ୟ୍ୟନ୍ତ ସିଲ୍ ହୋଇଛି ବୋଲି ସରପଞ୍ଚ ସୁଲୋଚନା ସ୍ୱାଇଁ କହିଛନ୍ତି।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0