ରାଜକନିକା: କନିକା ରାଜନୀତି ର ଭୀଷ୍ମ ପିତାମହ ବା ଚାଣକ୍ୟା କୁହାଯାଉଥିବା ବିକ୍ରମ ଚନ୍ଦ୍ର ଦାସଙ୍କର ୭୨ବର୍ଷ ବୟସରେ ପରଲୋକ ହୋଇଛି । ଦୀର୍ଘ ଦିନ ହେବ ସେ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ରେ ଏକ ଘରୋଇ ଚିକିତ୍ସାଲୟରେ ଚିକିତ୍ସିତ ହେଉଥିଲେ। ତେବେ ଗତ କାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କର ବିୟୋଗରେ ଆଳି ନିର୍ବାଚନ ମଣ୍ଡଳୀର ରାଜନୈତିକ ଇତିହାସରୁ ଜଣେ ପୁରୁଖା ଅଭିଜ୍ଞ ରାଜନେତାଙ୍କୁ ହରାଇଲା। ସମଗ୍ର ରାଜକନିକା ଅଞ୍ଚଳରେ ଶ୍ରୀଯୁକ୍ତ ଦାସଙ୍କର ବିୟୋଗରେ ଶୋକର ଛାୟା ଖେଳି ଯାଇଛି। ତେବେ ଆଜି ସଖାଳେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ସମଗ୍ର କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ଓ କର୍ମୀ ତଥା ବନ୍ଧୁବର୍ଗ କରିବା ପରେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ମୃତ ଶରୀରକୁ ବିଭିନ୍ନ ଗାଁ ପରିଭ୍ରମଣ କରିବା ପରେ ରାଜକନିକା କଣ୍ଟପଡା ବଜାର,ଅଶୋକ ବଜାର ଆଦି ଦେଇ ତାଙ୍କ ଜନ୍ମ ମାଟି ନିଜଗାଁ ଜରିସାହି ନିଆ ଯାଇଥିଲା। ସେଠାରେ ଯଥାବିଧି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତେବେ ଶ୍ରୀଯୁକ୍ତ ଦାସଙ୍କର ବିୟୋଗରେ ରାଜକନିକା ରାଜନୀତିର ଏକ ଯୁଗର ଅନ୍ତ ହୋଇଥିବା କହିଛନ୍ତି ଅଞ୍ଚଳବାସୀ। ତେବେ ସେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି କମ୍ୟୁନିଷ୍ଟ ପାର୍ଟି,ଜନତା ଦଳ,ବିଜୁ ଜନତା ଦଳ,କଂଗ୍ରେସ ଦଳ ଆଦି ବିଭିନ୍ନ ଦଳରେ କାର୍ୟ୍ୟ କରିଛନ୍ତି। ଶେଷରେ କଂଗ୍ରେସ ଦଳରେ ସଭାପତି ଭାବରେ ସେ ଦଳର ଦାୟିତ୍ୱ ନେଇଥିଲେ। ଗରିବ ଖଟିଖିଆ ମଣିଷ ଲାଗି ସେ ସବୁବେଳେ ଆଗଭର ହେଇଥିଲେ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0