ଗଜପତି : କରୋନା ବିରୋଧରେ ଜାରି ରହିଛି ଲଢେଇ । ଗଜପତି ଜିଲ୍ଲା ପ୍ରଶାସନ ମଧ୍ୟ କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛି । ବର୍ତ୍ତମାନ ଗଜପତିରେ କରୋନା ସ୍ଥିତି କିଛି ନିୟନ୍ତ୍ରଣ ରହିଛି । ଏହି ଲଢେ଼ଇକୁ ଆହୁରି ଜୋରଦାର କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମ ଆସନ୍ତା ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ କରାଯିବ । ଆରଏମଆରସି ଏବଂ ଜିଲ୍ଲା ପ୍ରଶାସନ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ହେବାକୁ ଯାଉଛି । ଆରଏମଆରସି ତରଫରୁ ଏକ ୧୬ ଜଣିଆ ଟିମ୍ ଆସି ଜିଲ୍ଲାରେ ପହଁଚିବା କାର୍ଯ୍ୟକ୍ରମ ରହିଛି ।
ଆରଏମଆରସି ଟିମ୍କୁ ସହଯୋଗ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ଆବଶ୍ୟକ ଲ୍ୟାବ୍ ଟେକ୍ନିସିଆନ୍, ନର୍ସ, ଲାବୋରେଟାରୀ ଯୋଗାଇ ଦିଆଯିବ । ପାରଳାଖେମୁଣ୍ଡି ସହରର ୧୬ଟି ୱାର୍ଡକୁ ୨୦ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି। ପ୍ରତି କ୍ଲୋଷ୍ଟରରେ ଅନ୍ୟୁନ ୫୦ ଜଣଙ୍କ ରକ୍ତ ନମୁନା ନିଆଯାଇ ପରୀକ୍ଷଣ ପାଇଁ ପଠାଯିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଜିଲାବାସୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲାପାଳ ଅନୁପମ ସାହା ଅପିଲ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0