ସାରା ବିଶ୍ୱରେ ଲାଗିବ ସେରମ ଇନଷ୍ଟିଚ୍ୟୁଟର କରୋନା ଟିକା । ଅକ୍ସଫୋର୍ଡ଼ର ଆଷ୍ଟ୍ରାଜେନିକାର କରୋନା ଭାକସିନକୁ ବିଶ୍ୱ ସ୍ୱସ୍ଥ୍ୟା ସଙ୍ଗଠନ ଜରୁରୀକାଳିନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଭାକସିନକୁ ବିଶ୍ୱର ଗରିବ ଦେଶମାନେ ବ୍ୟବହାର କରିବେ । ଗରିବ ଦେଶରେ କରୋନା ବିରୋଧରେ ଟିକାକରଣ କାର୍ୟ୍ୟକ୍ରମ ହେବ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦୁଇଟି ଭାକସିନକୁ ଅନୁମତି ପ୍ରଦାନ କରିଛି । ଏହି ଦୁଇ ଭାକସିନକୁ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ତିଆରି କରିଛି । ଗୋଟିଏ ଭାକସିନକୁ ଭାରତର ସେରମ ଇନଷ୍ଟିଚ୍ୟୁଟ୍ ତିଆରି କରିଥିବା ବେଳେ ଅନ୍ୟ ଭାକସିନକୁ ଦକ୍ଷିଣ କୋରିଆର ଏସକେ ବାୟୋ ପ୍ରସ୍ତୁତ କରିଛି । ହୁର ମୁଖ୍ୟ ଟେଡ୍ରୋସ୍ ଆଡହାନୋମ୍ ଏହାକୁ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗରିବ ଦେଶକୁ ଭାକସିନ୍ ଉପଲବ୍ଧ କରାଉଛି । ଯେଉଁ ସବୁ ଦେଶକୁ ଭାକସିନ୍ ମିଳିନାହିଁ ଓ ସେଠାକାର ଜନତା କରୋନା ସହ ଲଢୁଛନ୍ତି ଏବେ ସେଠାରେ ମଧ୍ୟ ଟିକାକରଣ ଆରମ୍ଭ ହେବ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0