ଯଦି ଆପଣ ମାର୍ଭଲ ସିନେମାଟିକ୍ ୟୁନିଭର୍ସ ବିଷୟରେ ଜାଣିବାର ଆଗ୍ରହ ରଖୁଥାଆନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ତେବେ ଆପଣ ହଲ୍କ ସହ ପରିଚିତ ଥିବେ । ଆପଣ ଭାବନ୍ତୁ ତ ଯଦି ଆପଣଙ୍କ ସାମ୍ନାରେ ହଲ୍କର ଭଉଣୀ ଆସିବ, ଆଉ ସେ ମଧ୍ୟ ହଲ୍କ ପରି ସେତିକି ବଳଶାଳୀ ଓ ଧୁରନ୍ଧର ହୋଇଥିବ । ଡିଜନି ପ୍ଲସ ହଲ୍କର ଏହି ଭଉଣୀ ଉପରେ ଏକ ମେଗା ବଜେଟର ସିରିଜ ‘ସି – ହଲ୍କ’ ପାଇଁ ଏକ ବଡ଼ ତାରକାଙ୍କ ସହ ଚୁକ୍ତି କରିସାରିଛି ବୋଲି ସୂଚନା ମିଳିଛି । ଏହି କାହାଣୀ ଜଣେ ଓକିଲ ଜେନିଫର ୱାଲଟର୍ସଙ୍କ କାହାଣୀ । ସେ ସାଇଣ୍ଟିଷ୍ଟ ବ୍ରୁସ ବ୍ୟାନରର ଦାଦା ଝିଅ ଭଉଣୀ । ଏକ ସମୟରେ ବ୍ରୁସ ବ୍ୟାନରଙ୍କ ରକ୍ତ ତାଙ୍କ ଶରୀରରେ ଚଢ଼ାଇ ଦିଆଯାଏ । ସେଠାରୁ ହିଁ ସିରିଜର ଅସଲ କାହାଣୀ ଆରମ୍ଭ ହୁଏ ।

ଏହି ସିରିଜ ପାଇଁ ପ୍ରସିଦ୍ଧ ଅଭିନେତ୍ରୀ ଟଟିୟାନା ମ୍ୟାସଲୋନୀଙ୍କ ସହ କମ୍ପାନୀ କଥାବାର୍ତ୍ତା ସରିଛି ବୋଲି ମଧ୍ୟ ଶୁଣାଯାଉଛି । ‘ସି ହଲ୍କ’ ବାବଦରେ ଯାହା ଶୁଣିବାକୁ ମିଳିଛି , ସେ ନିଜ ଭାଇ ପରି ରାଗିଲେ ନିଜର ହିତାହିତ ଜ୍ଞାନ ଭୁଲିଯାଏ ନାହିଁ । ଏହା ହଲ୍କ ପ୍ରଜାତିର ସମ୍ବର୍ଦ୍ଧିତ ସଂସ୍କରଣ । ହଲ୍କ ରୂପ ଧାରଣ କରିବା ପରେ ମଧ୍ୟ ‘ସି ହଲ୍କ’ ନିଜର ମାନସିକ ସନ୍ତୁଳନ ସ୍ଥିର ରଖିଥାଏ । ନିଜର ଜ୍ଞାନ କୌଶଳ ବ୍ୟବହାର କରିବା ସହ ନିଜ ବ୍ୟକ୍ତିତ୍ୱ ମଧ୍ୟ ମଧ୍ୟ କିଛି କିଛି ବଜାୟ ରଖିଥାଏ । ଟଟିୟାନା ମ୍ୟାସଲୋନୀ ଏକ ସମୟରେ ବିବିସି ଆମେରିକା ସିରିଜ ‘ଅର୍ଫାନ୍ ବ୍ଲାକ୍’ ରୁ ଖୁବ୍ ପ୍ରଶଂସା ସାଉଁଟି ଥିଲେ । ଏହି ସିରିଜ ୨୦୧୩- ୨୦୧୭ ଯାଏ ପାଞ୍ଚ ବର୍ଷ ଧରି ଚାଲିଥିଲା । କ୍ୟାଟ୍ କୋୟରୋଙ୍କୁ ‘ସି ହଲ୍କ’ର କାର୍ଯ୍ୟକାରୀ ନିର୍ମାତା ଓ ନିର୍ଦ୍ଦେଶକ ରୂପରେ ଏହି ସପ୍ତାହରେ ସାଇନ କରାଯାଇଛି । ଏହି ସିରିଜକୁ ଲେଖିବାର ଦାୟିତ୍ୱ ଜେସିକା ଗାଓଙ୍କୁ ମିଳିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0