ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଅମୀର ମାତ୍ର ୨୮ ବର୍ଷ ବୟସରେ କ୍ରିକେଟରୁ ଅବସର ନେଇଥିଲେ । ତେବେ ପାକିସ୍ତାନ କ୍ରିକେଟ ବୋର୍ଡର ନିର୍ଯାତନା ସହି ନ ପାରି ସେ ଅବସର ନେଇଛନ୍ତି ବୋଲି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଥିଲେ । ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ତାଙ୍କୁ ସମର୍ଥନ କରି ମୁହଁ ଖୋଲିଛନ୍ତି । ତାଙ୍କ କହିବା ଅନୁସାରେ, ୨୦୧୧ ବିଶ୍ୱକପ ପରେ ମ୍ୟାନେଜମ୍ୟାଣ୍ଟ ର ନିର୍ଯ୍ୟାତନା ସେ ମଧ୍ୟ ସହିଥିଲେ । ଯାହା ଫଳରେ ତାଙ୍କୁ ଆଉ କିଛି ଦିନ କ୍ରିକେଟ ଖେଳିବାକୁ ଇଚ୍ଛା ଥିଲେ ମଧ୍ୟ ଅବସର ନେବାକୁ ବାଧ୍ୟ ହୋଇଥିଲେ ବୋଲି ସୋଏବ ଅଖତର କହିଛନ୍ତି । ଅନ୍ୟପଟେ ତାଙ୍କର ଏପରି କହି ସମସ୍ତଙ୍କର ଦୃଷ୍ଟିକୁ ଆକର୍ଷଣ କରିଛନ୍ତି ସୋଏବ ଅଖତର ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0