ଘଷିପୁରା: ଘଷିପୁରାରେ ଦୋକାନ ବଜାର ଏକ ଘଣ୍ଟା ପାଇଁ ବନ୍ଦ । ସ୍ଥାନୀୟ ଖପରାଖାଇ ବଜାର କମିଟିର ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ପରେ ସମସ୍ତ ଦୋକାନ ବଜାରକୁ ପ୍ରାୟ ୧ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା । ବ୍ୟବସାୟୀ ସେକ୍ ଇସ୍ ମାଇଲଙ୍କ ଦେହ ଦୀର୍ଘଦିନ ଧରି ଅସୁସ୍ଥ ଥିଲା । ଆଜି ହଠାତ୍ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଖବର ମିଳିବା ପରେ ଘଷିପୁରାର ସମସ୍ତ ବ୍ୟବସାୟୀ ବନ୍ଧୁମାନେ ତାଙ୍କ ପାଇଁ ଏକ ଘଣ୍ଟା ଦୋକାନ ବଜାର ବନ୍ଦ କରିବା ସହ ନିରବ ପ୍ରାର୍ଥନା କରିଥିଲେ । ଏଥିସହ ସମସ୍ତେ ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0