ବଲିଉଡର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ ଚଳିତ ବର୍ଷ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଆଜିକାଲି ସେ ନିଜ ମଦରହୁଡ୍ ଜର୍ନିକୁ ଏଞ୍ଜଏ କରୁଛନ୍ତି। ମେ ୨୨ ରେ ଶ୍ରେୟା ଘୋଷାଲ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ, ଏହା ପରେ ସୋସିଆଲ ମିଡିଆରେ ଏହି ଖୁସି ଖବର ସେୟାର କରି ପୁଅର ନାମ ମଧ୍ୟ କହିଥିଲେ। ସେ ତାଙ୍କ ପୁଅର ନାମ ଦେବ୍ୟାନ ରଖିଛନ୍ତି। ତାଙ୍କ ପୁଅକୁ ଆଜି ୬ ମାସ ବୟସ ହୋଇଛି। ଏହି ବିଶେଷ ଦିନରେ ଶ୍ରେୟା ପ୍ରଥମ ଥର ପାଇଁ ତାଙ୍କ ପୁଅର ଝଲକ ଦେଖାଇଛନ୍ତି। ଇନଷ୍ଟାଗ୍ରାମରେ ଏହି ଫଟୋଗୁଡିକୁ ସେୟାର କରି ଶ୍ରେୟା କ୍ୟାପସନରେ ଲେଖିଛନ୍ତି – ହାଲୋ ଏଭ୍ରିୱାନ୍। ମୁଁ ଦେବ୍ୟାନ ଏବଂ ମୁଁ ଆଜି ୬ ମାସର ହୋଇଛି। ମୁଁ ବର୍ତ୍ତମାନ ମୋର ପ୍ରିୟ ଗୀତ ଶୁଣିବା, ସୁନ୍ଦର ଫଟୋ ସହିତ ବହି ପଢିବା, ସିଲି ଜୋକରେ ହସିବା ଏବଂ ମମିଙ୍କ ସହ କଥା ହେବା ଭଳି ଦୁନିଆକୁ ଅନୁସନ୍ଧାନ କରିବାରେ ବ୍ୟସ୍ତ ଅଛି କାରଣ ସେ ମୋତେ ଭଲ ଭାବରେ ବୁଝନ୍ତି। ପୂର୍ବରୁ ଶ୍ରେୟା ତାଙ୍କ ପୁଅର ଅନେକ ଫଟୋ ସେୟାର କରିଥିଲେ, କିନ୍ତୁ ଦେବ୍ୟାନର ସମ୍ପୂର୍ଣ୍ଣ ଚେହେରା ଦେଖାଇନଥିଲେ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0