spot_img

ପ୍ରାର୍ଥୀଙ୍କ ପାଇଁ ଜାରି ହେଲାଚିହ୍ନ

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ ।  କମିସନଙ୍କ ପକ୍ଷରୁ ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତିସଭ୍ୟ ଓ ସ୍ୱାଧୀନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଚିହ୍ନ ପ୍ରକାଶ କରାଯାଇଛି । ଓଡ଼ିଆ ଅଲଫାବେଟିକାଲ୍ ଅନୁସାରେ ଚିହ୍ନ ପ୍ରଦାନ କରାଯିବ ।  ନିର୍ବାଚନ ନେଇ କୋଭିଡ ସ୍ଥିତି କୁ ଆଖି ଆଗରେ ରଖି ନିଆଯିବ ନୂଆ ନିୟମ । ସରପଞ୍ଚଙ୍କ ପାଇଁ ୩୨ଟି , ୱାର୍ଡ ମେମ୍ବରଙ୍କ ପାଇଁ ୧୫ଟି ଏବଂ ସମିତି ସଭ୍ୟ ପାଇଁ ୧୯ଟି ଚିହ୍ନ ରହିଛି । ସ୍ୱାଧୀନ ଜିଲ୍ଲା ପରିଷଦ ପାଇଁ ୧୯ଟି ଚିହ୍ନ ରହିଛି । ତେବେ ସ୍ୱୀକୃତିପ୍ରାପ୍ତ ଦଳଗୁଡିକ ଦଳୀୟ ଚିହ୍ନରେ ଲଢିବେ ଜିଲ୍ଲା ପରିଷଦ ଆସନ। ଏ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ଚିଠି ଲେଖିଛନ୍ତି । ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular